୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଘରୋଇ ଶେୟାର ବଜାର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ୭୫,୦୦୦ (୭୫,୦୭୪.୫୧) ଅଙ୍କରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ୮ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଖାତାରେ ଯୋଡିଥିଲାବେଳେ ପୁଞ୍ଜିବଜାର ସମେତ ଶେୟାର ବଜାରର ନିବେଶକଙ୍କ ମନରେ ଉତ୍ସାହ ଦେଖାଯାଇଛି। ପୂର୍ବଦିନର ବଜାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୦୮ ଲକ୍ଷ କୋଟି ଥିଲାବେଳେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୮ଲକ୍ଷ କୋଟି ବୃଦ୍ଧି ପାଇ ୪୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବିଶେଷକରି ବିଏସ୍ଇ ୩୦ ବିଶିଷ୍ଟ ଶେୟାର ସର୍ବାଧିକ ନିବେଶ ବୃଦ୍ଧି କରିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି ୫୦ର ନିବେଶକମାନେ ମଧ୍ୟ କାରବାର ବଢ଼ାଇଛନ୍ତି। ସେହିଭଳି ଗୋଟିଏ ପଟରେ ନୂଆ ସରକାର ପାଇଁ ନିବେଶକମାନେ କାରବାରରେ ପୁଃନଜଡିତ ହେଉଥିବାବେଳେ ଷ୍ଟକ ମାକେର୍ଟର କାରବାରରେ ମଧ୍ୟ ସୁଧାର ଆସିଛି। ଏପରିକି ଗୁରୁବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୦.୯୩% ବୃଦ୍ଧି ଘଟିଥିବାବେଳେ ନିଫ୍ଟି ୫୦ରେ ୦.୮୯% ବୃଦ୍ଧି ହୋଇଛି। ସେହିପରି ବିଏସ୍ଇ ସ୍ମଲକ୍ୟାପ ୨.୨୮% ଏବଂ ବିଏସ୍ଇ ମିଡକ୍ୟାପ ୩.୦୬% ବୃଦ୍ଧିପାଇଥିବାବେଳେ ନିଫ୍ଟି ମିଡକ୍ୟାପ ୨.୨୪% ଏବଂ ନିଫ୍ଟି ସ୍ମଲକ୍ୟାପ ୩.୦୮% ବୃଦ୍ଧି ପାଇଛି। ଏପରିକି ନିଫ୍ଟି ବ୍ୟାଙ୍କିଙ୍ଗ୍ (ବ୍ୟାଙ୍କ) ୦.୪୮% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ବଜାଜ ଅଟୋ, ଟିଭିଏସ୍ ମୋଟର କମ୍ପାନୀ ଏବଂ ୟୁନାଇଟେଡ୍ ସ୍ପ୍ରିରଟି ଭଳି ନିବେଶକଙ୍କ ନିବେଶ ବୃଦ୍ଧି ଘଟିଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post