ଦୀର୍ଘ ୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ଶାସନ କରିବା ପରେ ନିକଟରେ ଅପ୍ରତ୍ୟାଶିତ ଭାବେ ପରାଜୟ ବରଣ କରିଥିଲା । ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ତେବେ ରାଜ୍ୟରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବା ପରେ କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧିନରେ ଚିକିତ୍ସା ନକରି ଫେରାଇ ଦେଉଥିବା ଅଭିଯୋଗ ଆସିଥିଲା । ରାଜ୍ୟରେ ନୂଆ ସରକାର ଆସିବା କାରଣରୁ ଏହି କାର୍ଡ ଏବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ବିଭିନ୍ନ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।ତେବେ ରାଜ୍ୟରେ ବିଏସକେୱାଇ ବନ୍ଦ ହୋଇ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ । ତେବେ ବିଏସକେୱାଇ ଯୋଜନାରେ ରାଜ୍ୟରେ ରୋଗୀ ସେବା ଅବ୍ୟାହତ ରହିଛି ବୋଲି ଆଜି ମୁଖ୍ୟ ଶାସନ ସଚିବ ଏକ ଭିଡିଓ ବାର୍ତ୍ତା ଜରିଆରେ ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ପୁଣି ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ ‘ଲକ୍ଷ୍ମୀ’ ବସ୍ ସେବା ବନ୍ଦ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ଗତବର୍ଷ ରାଜ୍ୟର ସମସ୍ତ ଜିଲ୍ଲରେ ୧୩୫୪ଟି ବସ୍ ଚାଲିଥିଲା । ତା’ର ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ମା’ମାନଙ୍କୁ ଦିଆଯାଇଥିଲା ।ସେହିପରି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଗରିବ ଲୋକଙ୍କୁ ୫ ଟଙ୍କାରେ ଦିଆଯାଉଥିବା ‘ଆହାର’ ଯୋଜନା ବନ୍ଦ ହୋଇଯାଇଥିବା ନେଇ ଅଭିଯୋଗ ଆସୁଛି । କିଛି ଆହାର କେନ୍ଦ୍ରରେ ତାଲା ଝୁଲୁଥିବା ନେଇ ଅଭିଯୋଗ ଆସୁଛି । ରାଜଧାନୀରେ ମୋଟ ୧୩ଟି ଆହାର କେନ୍ଦ୍ର ରହିଥିବା ବେଳେ ଦୈନିକ ୧୩ ହଜାରରୁ ଅଧିକ ମିଲ୍ ପ୍ରସ୍ତୁତ ହୋଇଥାଏ । ଏହାଦ୍ୱାରା ଦିନମଜୁରିଆ ଓ ନିମ୍ନମଧ୍ୟବିତ୍ତ ଲୋକମାନେ ବେଶ୍ ଉପକୃତ ହେଉଥିଲେ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post