ଆଇସିସି ବିରୋଧରେ ଆମେରିକା ସଂସଦରେ ଜିଓପି ଚିଠା ଗୃହୀତ
ଗାଜା- ଇସ୍ରାଏଲ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟ ଅଦାଲତ (ଆଇସିସି) ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶକୁ ଖାତିର ନକରି ଇସ୍ରାଏଲ ନିଜର ଗାଜା ଅଭିଯାନ ଜାରି ରଖିଛି। ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଗିରଫ କରିବା ପାଇଁ ଆଇସିସି ସୁପାରିସ କରିଥିବା ବେଳେ ଏହା ବିରୋଧରେ ଆଜି ଆମେରିକା ସଂସଦରେ ଜୋରଦାର ପ୍ରତିବାଦ ହୋଇଛି । ଆଇସିସିର ଇସ୍ରାଏଲ ବିରୋଧୀ ପଦକ୍ଷେପ ବିରୋଧରେ ରିପବ୍ଲିକାନ୍ ଦଳର ବିଲ୍ ବିପୁଳ ସମର୍ଥନରେ ଗୃହୀତ ହୋଇଛି । ଏହି ବିଲ୍ ବଳରେ ଆମେରିକା ଆଇସିସି ଉପରେ କଟକଣା ଲଗାଇବ।