ପାକିସ୍ତାନରେ ପୁଣି ଖୋଲିବ ପିଟିଆଇ କାର୍ଯ୍ୟାଳୟ

ପାକିସ୍ତାନର ଏକ ଶୀର୍ଷ ନ୍ୟାୟାଳୟ ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ ଏ ଇନସାଫ (ପିଟିଆଇ )କାର୍ଯ୍ୟାଳୟକୁ  ପୁଣି ଖୋଲିବାକୁ ନିଦ୍ଦେଶ ଦେଇଛନ୍ତି । ପାଖାପଖି 2  ସପ୍ତାହ ପୂର୍ବେ ଇସ୍ଳାମାବାଦରେ ପିଟିଆଇ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା । ରାଜଧାନୀ ବିକାଶ ପ୍ରାଧିକରଣ  ( ସିଡ଼ିଏ)ମେ 24 ତାରିଖ ଦିନ ଇସ୍ଳାମାବାଦ ପିଟିଆଇ କାର୍ଯ୍ୟାଳୟ ଉପରେ ଚଢଉ କରିଥିଲା । ଏହି ଚଢଉ ପରେ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା ।

ସିଡ଼ିଏ ଅଭିଯୋଗ କରିଥିଲା ଯେ ଆଇନର ଉଲଂଘନ କରି ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । ଏଣୁ କାର୍ଯ୍ୟାଳୟ ସିଲ କରି ଦିଆଯାଇଥିଲା । ତେବେ ପାର୍ଟି ପକ୍ଷରୁ  ସିଡ଼ିଏଙ୍କ କାର୍ଯ୍ୟକୁ ଇସ୍ଲାମାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟରେ ସୋମବାର ଜଷ୍ଟିସ ସମନ ରଜଭିଙ୍କ ଅଦାଲତ ମାମଲାର ଶୁଣାଣି ଶେଷ କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ । ଏହା ଉପରେ କୋର୍ଟ ମଙ୍ଗଳବାର ତାଙ୍କର ନିଷ୍ବତ୍ତି ଶୁଣାଇଛନ୍ତି ।