ଓଡ଼ିଶାରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ପ୍ରାରମ୍ଭିକ ଧାରାରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ଶାସକ ଦଳ ବିଜେଡି ବହୁ ଆସନରେ ପଛୁଆ ରହିଛି। ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଓ ବିଜେଡି ୫୪ ସିଟ୍ରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ୧୨, ସିପିଆଇ ଏମ ୧ ଓ ସ୍ବାଧୀନ ପ୍ରାର୍ଥୀ ୨ ଅଛନ୍ତି।୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ଫଳାଫଳ ଶାସକ ଦଳ ବିପକ୍ଷରେ ଯିବା ଭଳି ମନେ ହେଉଛି। ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ପରେ ରାଜ୍ୟରେ ଦଳ ବାଜିମାତ୍ ମୁହାଁହୋଇଛି। ଦଳୀୟ ଅସନ୍ତୋଷ ବିଜେଡ଼ି ପାଇଁ କାଳ ହୋଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post