ହିଟ୍ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣାକର
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍ଓ୍ବେଭ ସ୍ଥିତି ଜାରିରହିଛି। ଏହାଫଳରେ ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ପାରକରୁଛି। ଏପରି ସ୍ଥିତିରେ ହିଟ୍ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଅନୁପ କୁମାର ଧାଣ୍ଡଙ୍କ ଖଣ୍ଡପୀଠ କହିଛନ୍ତି,ଗତ କିଛି ସପ୍ତାହରେ ହିଟ୍ଓ୍ବେଭ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରାଣହାନି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ତାତିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଭିନ୍ନ ରାଜ୍ୟ ସରକାର ବିଫଳ ହୋଇଛନ୍ତି।