ପୁଷ୍ପା ୨ଫିଲ୍ମକୁ ନେଇ କ୍ରେଜ୍‌ ବୃଦ୍ଧି

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ହେଉଛି ଅନ୍ୟତମ। ପ୍ରଶଂସକଙ୍କ ମଧ୍ୟରେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। ଏଥିମଧ୍ୟରେ ଫିଲ୍ମର ଦ୍ୱିତୀୟ ଗୀତ ‘ଅଙ୍ଗାରୋ’ ବୁଧବାର ରିଲିଜ୍‌ ହୋଇଛି। ଏହି ଗୀତରେ ଉଭୟ ରଶ୍ମିକା ଏବଂ ଅଲ୍ଲୁଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ଦେଖିବାକୁ ମିଳିଛି।ରିଲିଜ୍‌ ହେବା ପରେ ଦର୍ଶକଙ୍କ ଗହଣରେ ଏହି ଗୀତ ବେଶ୍‌ ଲୋକପ୍ରିୟ ହୋଇଛି।