ପ୍ରଚଣ୍ଡ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି
ବିଚିତ୍ର ପାଗ ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋହଲା ପାଗ ରହୁଛି। ତାପମାତ୍ରା ସେତେଟା ଅଧିକ ରହୁନାହିଁ। ତେବେ ଦିନ ଯେମିତି ବଢ଼ୁଛି, ତାତି ବଢ଼ି ବଢ଼ି ଚାଲୁଛି। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ତାପମାତ୍ରା ୩୭ ଡିଗ୍ରି ଡେଇଁଯିବା ସହ ପ୍ରଚଣ୍ଡ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦୁଇଦିନ ପରି ଆଜି ମଧ୍ୟ ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ସହରର ତାପମାତ୍ରା ୩୮.୮ଡିଗ୍ରିରେ ପହଞ୍ଚିଥିଲା। ନା ଘରୁ ବାହାରି ହେଉଥିଲା, ନା ଘରେ ରହିହେଉଥିଲା। ତତଲା ପବନ ଶରୀରକୁ ପୋଡ଼ି ପକାଉଥିଲା। ବାହାରେ କାମ କରୁଥିବା ଲୋକେ ତ୍ରାହିତ୍ରାହି ଡାକୁଥିଲେ। ଖରା ଯେତିକି ଗୁଳୁଗୁଳି ତା’ଠୁ ଅଧିକ ରହୁଥିବାରୁ ଦେହରୁ ଗମ୍ଗମ୍ ଝାଳ ବାହାରୁଥିଲା। ସବୁରାସ୍ତା ଖାଁ ଖାଁ ହୋଇଥିଲା। ବସ୍ଷ୍ଟାଣ୍ଡ ସାଙ୍ଗକୁ ପର୍ଯ୍ୟଟନ ସ୍ଥଳୀ ଜନଶୂନ୍ୟ ହୋଇଯାଇଥିଲା। ଟ୍ରାଫିକ୍ ପୁଲିସ ବି ଖରାକୁ ସହ୍ୟ କରି ନପାରି ଗଛଛାଇ ଖୋଜୁଥିଲେ।କିଛି ଦିନ ହେବ ପ୍ରବଳ ଉତ୍ତାପ ଏବଂ ଗୁଳୁଗୁଳି ସାରା ଦେଶରେ ସମସ୍ତଙ୍କୁ ଅସ୍ତବସ୍ତ କରିଦେଇଛି। ଏହି ସମୟରେ, ନୌତପାରେ ତାପମାତ୍ରା ବୃଦ୍ଧି ନିଶ୍ୱାସ ନେବାରେ ଏକ ସମସ୍ୟା ସୃଷ୍ଟି କରିଛି। ଲୁ ଯୋଗୁଁ ଦେଶରେ ଦୁଇଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି।