ଆଜି ଲଗାତାର ପ୍ରଚାର କ୍ରମରେ ଯାଜପୁର ବିଞ୍ଝାରପୁରର ବିଞ୍ଝାରପୁରରେ ଗର୍ଜିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ଏମପି ପ୍ରାର୍ଥୀ ରବିନ୍ଦ୍ରନାଥ ବେହେରା, ଓ ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକଙ୍କ ପାଇଁ ଭୋଟ ଅପିଲ କରିଛନ୍ତି । ଏହା ସହ କହିଛନ୍ତି, ‘ଗରୀବ ଲୋକଙ୍କ ଘର ପାଇଁ ମୋଦୀ ପଠାଇଥିବା ଘର ଏଯାଏଁ ହଜାର ହଜାର ବିଞ୍ଝାରପୁରବାସୀଙ୍କୁ ମିଳିନି । ଜୁନ୍ ୧୦ରେ ବିଜେପି ସରକାର ହେବ । ଏହାପରେ ଇନକ୍ୱାରୀ କରାଯାଇ ଏ ଅର୍ଥକୁ ଚୋରି କରିଥିବା ଲୋକଙ୍କୁ ଜେଲ ପଠାଯିବ’ ।୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି । ଗୁମାସ୍ତାଙ୍କର ସରକାର ପାଲଟିଛି , କ୍ରିିତଦାସଙ୍କ ସରକାର ହୋଇଛି । ନବୀନ ପଟନାୟକଙ୍କୁ ସାଢେ ୪ କୋଟି ଓଡିଆଙ୍କ ଭିତରୁ କେହି ମିଳିଲେନି ଯେ, ଭଡାରେ ତାମିଲନାଡୁରୁ ନେତା ଆଣି ସରକାର ଚଳାଉଛନ୍ତି । ଏହାକୁ ବିଞ୍ଝାରପୁର ସହ୍ୟ କରିବ ନାହିଁ । ଓଡିଶାର ନେତା ଓଡିଶାର ହେବ । ଓଡିଶାରେ ବିଜେପି ସରକାର ହେବ, ଦେଶରେ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ