ବୁଥ୍ ରିଗିଂ ରୋକିବାକୁ ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଅପରାଜିତାଙ୍କ ଚିଠି
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ସମସ୍ତ ବିଧାନସଭା ଆସନ ପାଇଁ ପଡିବ ଭୋଟ । ମତଦାନ ସମୟରେ ବୁଥ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ।ଦୁଇଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି ଶାସକ ଦଳ ବୁଥ୍ ରିଗିଂ କରିବାକୁ ଯୋଜନା କରୁଥିବା ସେ ତାଙ୍କ ସୋର୍ସ ଦ୍ୱାରା ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀ ନଗେନ୍ଦ୍ର ମୁଣ୍ଡ୍ ଓ ଶାନ୍ତନୁ ଦାସ । ମଧ୍ୟ ଭୁବନେଶ୍ୱରର ୱାର୍ଡ ନଂ ୪୬, ବାୟାବାବା ମଠ ଅଂଚଳ, ସହିଦନଗର, ୟୁନିଟ୍-୮, ମାଳିସାହି ଏବଂ ଖୋର୍ଦ୍ଧା ମୁନିସିପାଲିଟି ଅଂଚଳରେ ବୁଥ୍ ରିଗିଂ ସମ୍ଭାବନା ରହିଥିବା ବେଳେ ଏସବୁ ଅଞ୍ଚଳରେ ସେଣ୍ଟ୍ରାଲ ପାର୍ଲାମେଣ୍ଟାରୀ ଫୋର୍ସ ନିୟୋଜିତ କରିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଚିଠି ମାଧ୍ୟମରେ ଦାବି କରିଛନ୍ତି ।