ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ଦୌଡ଼ରେ ଅଛନ୍ତି ଗମ୍ଭୀର ଓ ହରବଜନ
ଆସନ୍ତା ଜୁନରେ ସରୁଛି ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଅନେଜ ଜଣାଶୁଣା ତଥା ଲୋକପ୍ରିୟ ଚେହେରା ।ଟିମର କୋଚ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ। ପୂର୍ବତନ ସ୍ପିନର ହରଭଜନ ସିଂ କହିଛନ୍ତି ଯଦି ତାଙ୍କୁ କୋଚ୍ ଦାୟିତ୍ୱ ମିଳେ ତେବେ ସେ ଏହାକୁ ଖୁସିର ସହ ଗ୍ରହଣ କରିବେ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ କୋଚ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଯୋଗାଯୋଗ କରିଛି ବିସିସିଆଇ । ଫ୍ଲେମିଂଙ୍କ ଅନେକ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି । ତାଙ୍କ କୋଚିଂରେ ୫ ଥର ଟାଇଟଲ ଜିତିଛି ଚେନ୍ନାଇ ।
ଏହାବ୍ୟତୀତ ସେ, ଆମେରିକାର ମେଜର କ୍ରିକେଟ୍ ଲିଗ, ଦକ୍ଷିଣ ଆଫ୍ରିକାର ଟେକ୍ସାସ୍ ସୁପର କିଙ୍ଗସ୍ ଓ ଜୋବର୍ଗ ସୁପର କିଙ୍ଗସର କୋଚ ଦାୟିତ୍ୱ ତୁଲାଇଛନ୍ତି । ଏଣୁ ଷ୍ଟିଫେନ କୋଚ୍ ରେସରେ ରହିଛନ୍ତି । ଏହି ରେସରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କୋଚ୍ ଜଷ୍ଟିନ ଲାଙ୍ଗର, ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଗ୍ଲୋବାଲ ପରଫରମାନ୍ସ ମୁଖ୍ୟ ମାହେଲା ଜୟବର୍ଦ୍ଧନେ, ଗୁଜରାଟ ଟାଇଟନ୍ସ କୋଚ୍ ଆଶିଷ ନେହେରା ଓ ଏନସିଏ ହେଡ୍ ଭିଭିଏସ ଲକ୍ଷ୍ମଣ ରହିଛନ୍ତି ।