ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି। ସୁନା ଦାମ୍ରେ ହୋଇଥିବା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଆମେରିକାରେ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ। ଏହାର ପ୍ରଭାବରେ ଆମେରିକା ସୁଧ ହାର ହ୍ରାସ କରିପାରେ ବୋଲି ଆଶା ସୃଷ୍ଟି ହୋଇଛି। ରୁପାର କେଜି ପିଛା ଦାମ୍ ୬୫୦୦ ଟଙ୍କା ବୃଦ୍ଧି ପାଇ ୯୨,୮୭୩ ଟଙ୍କା ହୋଇଛି।ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ରୁପା କିଣୁଥିବାରୁ ତାହା ଚାହିଦା ବଢ଼ିଛି। ଚଳିତ ମାସରେ ରୁପା ଦାମ୍ରେ ୧୩,୧୫୪ ଟଙ୍କାର ବୃଦ୍ଧି ଘଟିଛି। ଚଳିତ ମାସ ସୁନା ଦାମ୍ ଏକ ପ୍ରକାର ଅସ୍ଥିର ରହିଛି। ଚଳିତ ମାସ ୨ରେ ୧୦ ଗ୍ରାମ ପିଛା ସୁନା ଦାମ୍ ୭୨,୧୬୪ ଟଙ୍କା ଥିଲା। ବର୍ତ୍ତମାନ ସୁଦ୍ଧା ସେଥିରେ ୨୮୮୭ ଟଙ୍କାର ବୃଦ୍ଧି ଘଟିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୪୫୦ ଡଲାରରେ ପହଞ୍ଚିଥିଲା। ମାତ୍ର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର କମ୍ କରିବେ ନାହିଁ ବୋଲି ଏକପ୍ରକାର ସଙ୍କେତ ଦେବା ପରେ ଦର ୨୪୧୦ ଡଲାରକୁ ହ୍ରାସ ପାଇଛି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଇରାନ ଘଟଣାକୁ ନେଇ ଯଦି ଉତ୍ତେଜନା ଜାରି ରହିବ ତେବେ ସୁନା ଦାମ୍ ନିକଟ ଭବିଷ୍ୟତରେ ୭୫,୦୦୦ ଠଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାରା ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ସୁନା କିଣା ଜାରି ରଖିଥିବାରୁ କ୍ରମାଗତ ତୃତୀୟ ମାସ ପାଇଁ ସୁନା ମହଙ୍ଗା ହୋଇଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ