ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି। ନିକଟରେ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନିର ଆକ୍ରମ କହିଛନ୍ତି, ନୂତନ ଭାରତ ବିପଦପୂର୍ଣ୍ଣ। ଭାରତର ଏହି ଅଭିଯାନ କେବଳ ପାକିସ୍ତାନରେ ସୀମିତ ନୁହେଁ ବରଂ କାନାଡା ଏବଂ ଆମେରିକାରେ ମଧ୍ୟ ସକ୍ରିୟ ଅଛି।ଆମେରିକାର ଏକ ଅଗ୍ରଣୀ ଖବରକାଗଜ ନିକଟରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏକ ରାଲିରେ କହିଥିଲେ ଯେ, ଭାରତର ଶତ୍ରୁ ପାକିସ୍ତାନ ମଧ୍ୟ ଜାଣେ ଯେ ଏହା ହେଉଛି ନୂଆ ଭାରତ, ଏହା ଆପଣଙ୍କ ଘରକୁ ଆସି ଆପଣଙ୍କୁ ମାରିଦିଏ। ଏହି ରିପୋର୍ଟକୁ ଦର୍ଶାଇ ଆକ୍ରମ କହିଛନ୍ତି, ଏହା ସୁରକ୍ଷା ପ୍ରଦାନକାରୀ ନୁହେଁ ବରଂ ଅସୁରକ୍ଷିତତା। ଭାରତୀୟ ଅଭିଯାନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସୁରକ୍ଷା ପରିଷଦକୁ ଏନେଇ ସୂଚନା ଦେଇଛନ୍ତି।ଏହାପୂର୍ବରୁ ବ୍ରିଟିଶ ମୁଖ୍ୟ ଖବରକାଗଜ ଦାବି କରିଥିଲା,ଭାରତ ସରକାରଙ୍କ ନିର୍ଦ୍ଦେଶରେ ପାକିସ୍ତାନରେ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ଧ୍ୱସଂ ହେଉଛନ୍ତି।
Trending
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
Prev Post
Next Post