ଉପରାଷ୍ଟ୍ରପତି ମୋଖବେର ହେଲେ ଇରାନର କାମଚଳା ରାଷ୍ଟ୍ରପତି
ଉପରାଷ୍ଟ୍ରପତି ମୋଖବେର ଇରାନର କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ହେଲିକପ୍ଟର ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟ ଦୁର୍ଘଟଣାରେ ହୋଇଥିଲା । ଦୁର୍ଘଟଣାର କାରଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି । ଆଜି ଦିନିକିଆ ଶୋକ ପାଳୁଛି ଭାରତ ।ଗତକାଲି ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଇବ୍ରାହିମଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା। ତେବେ ଆଜି ଦୁର୍ଘଟଣାସ୍ଥଳରୁ ତାଙ୍କର ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି।ଇରାନ୍ର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନୀ ଉପରାଷ୍ଟ୍ରପତି ମହମ୍ମଦ ମୋଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ।