ସବୁଠୁ ଆଗରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟବସାୟକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର। ଅଧିକାଂଶ ବ୍ୟାଙ୍କ ବ୍ୟବସାୟରେ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଆଣିବାକୁ ସଂଘର୍ଷ କରିଥିବା ବେଳେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ବ୍ୟବସାୟରେ ୧୫.୯୪ ପ୍ରତିଶତ ବୃଦ୍ଧି ହୋଇଛି। ବ୍ୟବସାୟ ପ୍ରଦର୍ଶନ ଦୃଷ୍ଟିରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧୩.୧୨ ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ ମୋଟ କାରବାର ଉପରେ ନଜର ପକାଇବା ପରେ ଜଣାପଡ଼ିଛି ଯେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ବ୍ୟବସାୟଠାରୁ ଷ୍ଟେଟ୍ ବ୍ୟାଙ୍କର ବ୍ୟବସାୟ ୧୬.୭ ଗୁଣା ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ଜମା ସଂଗ୍ରହରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସର୍ବାଧିକ ୧୫.୬୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଷ୍ଟେଟ୍ ବ୍ୟାଙ୍କ ୧୧.୦୭ ପ୍ରତିଶତ, ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୧.୦୫ ପ୍ରତିଶତ ଏବଂ କାନାରା ବ୍ୟାଙ୍କ ୧୦.୯୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛନ୍ତି।