ନେତା ବାଛିବ ଓଡ଼ିଶା
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଥିବା ୭୯,୬୯,୮୮୭ଜଣ ଜଣ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛିବେ। ନିର୍ବାଚନ ମଇଦାନରେ ମୋଟ୍ ୪୦ଟି ଆସନ ପାଇଁ ୪୦ଜଣ ନେତା ବଛା ହେବାକୁ ଥିବାବେଳେ ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଯେଉଁ ନେତା ଯେପରି ଲୋକଙ୍କ ମନ ଜିଣିଥିବେ ସେହିପରି ଭୋଟ୍ ପାଇବେ। ଆଉ ଜୁନ୍ ୪ରେ ଜନତାଙ୍କ ପସନ୍ଦିତ ନେତା ହିଁ ବିଜୟ ମୁକୁଟ ପିନ୍ଧିବେ। ୨୦୧୯ରେ ବିଜେପି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଲୋକସଭା ଆସନ ଜିତିଥିବାବେଳେ ବିଜେଡି ଆସିକା ଓ କନ୍ଧମାଳ ଆସନ ଜିତିଥିଲା। ଏଥର ସେହି ଧାରା ବଜାୟ ରହିବ ନା କିଏ ବାଜି ମାରିନେବ। ସେହିପରି ୩୫ଟି ବିଧାନସଭା ଆସନରୁ ବିଜେଡି ଏକାକୀ ୨୬ଟି ଆସନ ଜିତିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନ ଜିତିଥିଲେ।