ଓଡ଼ିଶାରେ ନରେନ୍ଦ୍ର ମୋଦୀ , ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବେ

ଓଡ଼ିଶାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁନେଶ୍ୱରରେ ପହଂଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପହଂଚିଛନ୍ତି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ କର୍ମକର୍ତାଙ୍କ ସହ ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି । ବୈଠକ ପରେ ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସକାଳୁ ପୁରୀ ଅଭିମୁଖେ ବାହାରିବେ ନରେନ୍ଦ୍ର ମୋଦୀ । ଶ୍ରୀକ୍ଷେତ୍ର ଠାକୁର ଦର୍ଶନ କରିବା ପରେ ସକାଳ ୮ଟାରେ ଏକ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ରାତି ପାହିଲେ ଦେଶର ପଂଚମ ପର୍ଯ୍ୟାୟ ଓ ଓଡିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ ୪୯ଟି ଲୋକସଭା ଆସନରେ ଭୋଟ ହେବ । ଯେଉଁ ଆସନ ଭିତରେ ରହିଛି ଓଡିଶାର ୫ଟି ଲୋକସଭା ଆସନ, ଉତରପ୍ରଦେଶର ୧୪ଟି ଲୋକସଭା ଆସନ । କିନ୍ତୁ ଉତରପ୍ରଦେଶ ବଦଳରେ ଶ୍ରୀକ୍ଷେତ୍ରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାତି ପାହିଲେ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ବଡଦାଣ୍ଡରେ ବିଶାଳ ରୋଡସୋ କରିବେ । ମରିଚିକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରୋଡସୋ କରିବେ ପ୍ରଧାନମନ୍ତ୍ରୀ । ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରୋଡସୋରୁ ଅପିଲରୁ କରିବେ ପ୍ରଧାନମନ୍ତ୍ରୀ ।