ଚର୍ଚ୍ଚାରେ ପାର୍ଥ ସାମଥନ
ଦେଶର ଲୋକପ୍ରିୟ ଷ୍ଟଣ୍ଟ ଆଧାରିତ ରିୟଲିଟି ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ପାଇଁ ଅନେକ ସେଲିବ୍ରିଟିଙ୍କ ପାଖକୁ ଅଫର ଯାଇଥିଲା । ଏହି କ୍ରମରେ ଲୋକପ୍ରିୟ ଟିଭି ଆକ୍ଟର ପାର୍ଥ ସାମଥନଙ୍କ ନାଁ ମଧ୍ୟ ସାମିଲ ଥିଲା କିନ୍ତୁ ସେ ଏହି ଶୋ’ର ଅଫରକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ଅର୍ଥ ମାମଲାକୁ ନେଇ କଥାବାର୍ତ୍ତା ଫାଇନାଲ ନ ହେବାରୁ ସେ ଏହି ଶୋ’କୁ ମନା କରିଦେଇଥିଲେ । ବାସ୍ତବରେ ସେ ଟିକିଏ ଲୋଭି ବୋଲି କହିଥିଲେ । ଏଥିମଧ୍ୟରେ ଚଳିତ ସିଜିନରେ ଏହି ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ହେଲେ ଅସିମ ରିୟାଜ୍, ଅଦିତି ଶର୍ମା, କରଣ ବୀର ମେହରା, ନିୟତି ଫିତନାନୀ, ଅଭିଷେକ କୁମାର, ସମର୍ଥ ଜୁରେଲ, ସୁମୋନା ଚକ୍ରବର୍ତ୍ତୀ, ଶିଳ୍ପା ଶିନେ୍ଦ, ଗଶମୀର ମହାଜାନୀ, କେଦାର ଆଶୀଷ ମଲହୋତ୍ରା ଏବଂ ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ୍ । ତେବେ ‘ଖତରୋଂ କେ ଖିଲାଡ଼ି ୧୪’ ର ପ୍ରିମିୟର ତାରିଖ ବିଷୟରେ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।