ଜିଓ ଲଞ୍ଚ କଲା ନୂଆ ରିଚାର୍ଜ ପ୍ଲାନ୍

 ସମୟ ସମୟରେ ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଯୋଡ଼ି ରଖିବା ପାଇଁ ନୂଆନୂଆ ରିଚାର୍ଜ ପ୍ଲାନର ଘୋଷଣା କରିଥାଏ। ନିକଟରେ ଜିଓ ତାର ଦୀର୍ଘକାଳିନ ରିଚାର୍ଜ ପ୍ଲାନ୍ସରେ ପୋର୍ଟଫୋଲି‌ୟୋରେ ଏକ ନୂଆ ପ୍ଲାନ ଯୋଡ଼ିଛି। ଏହି ପ୍ଲାନ ବର୍ଷକର ଭେଲିଟି ସହିତ ବଜାରରେ ପ୍ରବେଶ କରିଛି।ଏହି ପ୍ଲାନର ମୂଲ୍ୟ ୩୩୩୩ଟଙ୍କା ରହିଛି। ‌ଯାହାକି ଫ୍ୟାନକୋର୍ଡ ସବ୍ସକ୍ରିପସନ ସହିତ ଆସୁଛି। ଏଥିସହିତ ଗ୍ରାହକଙ୍କୁ ଅନ୍ୟ ସେବ ବି ମିଳିବ। ଉକ୍ତ ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ମିଳିବା ସହିତ ୨.୫ଜିବି ଡାଟା ମିଳିବ। ଏଥିସହିତ ଅସୀମିତ ଭଏସ କଲିଂ ଓ ପ୍ରତିଦିନ ୧୦୦ ଏସଏମଏସର ଗ୍ରାହକ ଲାଭ ଉଠାଇ ପାରିବେ।