ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍
ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ କରୋନା ମାମଲା ରେକର୍ଡ ହୋଇଛି। ଏହି ଅବସରରେ ଶନିବାର ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍ ୟେ କୁଙ୍ଗ୍ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।କରୋନାର ଏହି ନୂଆ ଓ୍ବେଭ୍ ଦେଶରେ ପ୍ରାରମ୍ଭିକ ସ୍ତିତିରେ ଏବଂ ଆଗାମୀ ୨ରୁ ୪ ସପ୍ତାହରେ ମଧ୍ୟରେ ଏହା ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ସାମାଜିକ ପ୍ରତିବନ୍ଧକ ଲାଗୁ କରିବାର ଯୋଜନା ନଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍ କହିଛନ୍ତି। ସିଙ୍ଗାପୁରରେ ଚଳିତ ସପ୍ତାହର କରୋନା ମାମଲା