ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ (ଆମୋଦ ପ୍ରମୋଦ) ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ ଓଡ଼ିଶାକୁ ଆସିଛି । ଏହି ଆମ୍ୟୁଜମେଣ୍ଟ ପାର୍କ ଖୋର୍ଦ୍ଧା ନିକଟସ୍ଥ କୁମ୍ଭାରବସ୍ତରେ ଆସନ୍ତା ୨୪ ତାରିଖରେ ଉଦଘାଟନ ହେବ । ଏହା ୱଣ୍ଡେର୍ଲାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ ଚତୁର୍ଥ ପାର୍କ । ଏହି ପାର୍କରେ ୨୧ରୁ ଅଧିକ ଆନନ୍ଦଦାୟକ ଶୁଷ୍କ ଓ ଆର୍ଦ୍ର (ଡ୍ରାଏ ଆଣ୍ଡ ୱେଟ୍) ରାଇଡ୍ ପ୍ରଦର୍ଶିତ କରାଯାଉଛି । ଏ ସଂପର୍କରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିଟ୍ଟିଲାପ୍ପିଲେ କହିଛନ୍ତି ଯେ ଏହି ପ୍ରକଳ୍ପରେ କମ୍ପାନି ୧୯୦ କୋଟିର ପୁଞ୍ଜିନିବେଶ କରିଛି ଓ ଏଥିରେ ୪୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ଆଗାମୀ ଦିନରେ ଗୋଆ, ପଞ୍ଜାବ, ଗୁଜରାଟ ଆଦି ରାଜ୍ୟରେ ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ ପାଇଁ କମ୍ପାନି ଲକ୍ଷ୍ୟ ରଖିଛି । ଚେନ୍ନାଇରେ ୫୦୦ କୋଟି ବିନିଯୋଗରେ ଏକ ନୂଆ ପାର୍କ ସ୍ଥାପନ କରିବାକୁ ଯାଉଛୁ ବୋଲି ସେ କହିଛନ୍ତି ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post