ଟିମ୍ ଇଣ୍ଡିଆର ନୂଆ କୋଚ୍
ଦଳର ମୁଖ୍ୟ କୋଚ୍ ଭାର ସମ୍ଭଳିବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପରେ ଶେଷ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭାବରେ ମଇଦାନକୁ ଓହ୍ଲାଇବେ । ଏହାପରେ ଭାରତର ନୂଆ କୋଚ ତାଙ୍କ ସ୍ଥାନ ପୂରଣ କରିବେ । ଏଥିପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିବା ବେଳେ ୨ ଜଣଙ୍କୁ ପ୍ରସ୍ତାବ ଦେଇଛି ।ଗମ୍ଭୀରଙ୍କୁ ବିସିସିଆଇ ପ୍ରସ୍ତାବ ଦେଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୌତମ ଗମ୍ଭୀର କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ କିମ୍ବା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ କୋଚ୍ ପଦରେ ଦାୟିତ୍ୱ ନେଇନାହାନ୍ତି । ଏହାପରେ ମଧ୍ୟ ବୋର୍ଡ ତାଙ୍କୁ କେଚ୍ କରିବା ପାଇଁ ଆଶା କରିଛି । ତେବେ ଗମ୍ଭୀର ଆଇପିଏଲରେ କେବଳ ଜଣେ ମେଣ୍ଟର ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ୨୦୨୨-୨୩ ସିଜନରେ ଲକ୍ଷେ୍ନø ସୁପର ଜିଆଣ୍ଟସ ପାଇଁ ଏହି ଦାୟିତ୍ୱ ପାଇଥିବା ବେଳେ ଚଳିତର୍ବେ କୋଲକାତା ନାଇଟ ରାଇଡର୍ସ ପାଇଁ ସେ ମେଣ୍ଟର ହୋଇଛନ୍ତି । କିନ୍ତୁ ଅଭିଜ୍ଞ ନଥିଲେ ମଧ୍ୟ ତାଙ୍କୁ ମୁଖ୍ୟ କୋଚ୍ ପଦବୀ ପାଇଁ ବିସିସିଆଇ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।ତେବେ ମେ ୨୬ ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ୍ ଖେଳାଯିବ । ଅନ୍ୟ ପକ୍ଷରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆଶାୟୀ ମେ ୨୭ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହାପରେ ଦଳର ନୂଆ କୋଚ ଆସନ୍ତା ଜୁଲାଇ ୧ ତାରିଖରୁ ୩୧ ଡିସେମ୍ବର ୨୦୨୭(ଦିନିକିଆ ବିଶ୍ୱକପ) ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ । ଗୌତମ ଗମ୍ଭୀର ଟିମ ଇଣ୍ଡିଆର ୨ଟି ବିଶ୍ୱକପ (୨୦୦୭ ଏବଂ ୨୦୧୧) ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଗମ୍ଭୀର ଭାରତ ପାଇଁ ମୋଟ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଓ ୩୭ଟି ଟି୨୦ ଇଣ୍ଟରନ୍ୟାସନାଲ ଖେଳିଛନ୍ତି ।