ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ମୁହାଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃବୃନ୍ଦ। ଏମ୍ପି ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶୁକ୍ରବାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ଏମ୍ପି ତଥା ଡ୍ରିମ୍ ଗର୍ଲ ହେମାମାଳିନୀ ଭୁବନେଶ୍ୱରର ସାଲିଆ ସାହିରେ ପହଞ୍ଚତ୍ ଦଳ ପାଇଁ ପ୍ରଚାର କରିବେ। ପରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗର ଏବଂ ଅପରାହ୍ନରେ ପିପିଲିଠାରେ ରୋଡ୍ ଶୋ କରିବା ସହ ଜନସଭାକୁ ସମ୍ବୋଧନ କରିବେ। ଶନିବାର ମଧ୍ୟ ଭୋଟରଙ୍କ ମନ ଜିଣିବାକୁ ହେମାମାଳିନୀ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପାଲଲହଡା, ଦେବଗଡ ଆଦି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ସଂସଦୀୟ କ୍ଷେତ୍ରର ଭଟଲି, ପଦ୍ମପୁର ବିଜେପୁର, ଅତାବିରା ଜନସଭାକୁ ସମ୍ବୋଧନ କରିବେ। ଅପରାହ୍ନରେ ବରଗଡଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ଯୁବ ସମାବେଶରେ ଯୋଗଦେଇ ଯୁବ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିବେ। ସେହିପରି ବୈଷ୍ଣବ ଆଠଗଡ ଓ କଟକ ଜନସଭାରେ ଯୋଗଦେବେ। ଶନିବାର କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ବଣାଇ ଏବଂ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଂଘା ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବୀରମିତ୍ରପୁର, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି, ସୁନ୍ଦରଗଡ ନିର୍ବାଚନମଣ୍ଡଳୀର ବିଲେଇମୁଣ୍ଡାଠାରେ ପ୍ରଚାର କରିବେ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post