ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ମୁହାଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃବୃନ୍ଦ। ଏମ୍ପି ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶୁକ୍ରବାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ଏମ୍ପି ତଥା ଡ୍ରିମ୍ ଗର୍ଲ ହେମାମାଳିନୀ ଭୁବନେଶ୍ୱରର ସାଲିଆ ସାହିରେ ପହଞ୍ଚତ୍ ଦଳ ପାଇଁ ପ୍ରଚାର କରିବେ। ପରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗର ଏବଂ ଅପରାହ୍ନରେ ପିପିଲିଠାରେ ରୋଡ୍ ଶୋ କରିବା ସହ ଜନସଭାକୁ ସମ୍ବୋଧନ କରିବେ। ଶନିବାର ମଧ୍ୟ ଭୋଟରଙ୍କ ମନ ଜିଣିବାକୁ ହେମାମାଳିନୀ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପାଲଲହଡା, ଦେବଗଡ ଆଦି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ସଂସଦୀୟ କ୍ଷେତ୍ରର ଭଟଲି, ପଦ୍ମପୁର ବିଜେପୁର, ଅତାବିରା ଜନସଭାକୁ ସମ୍ବୋଧନ କରିବେ। ଅପରାହ୍ନରେ ବରଗଡଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ଯୁବ ସମାବେଶରେ ଯୋଗଦେଇ ଯୁବ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିବେ। ସେହିପରି ବୈଷ୍ଣବ ଆଠଗଡ ଓ କଟକ ଜନସଭାରେ ଯୋଗଦେବେ। ଶନିବାର କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ବଣାଇ ଏବଂ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଂଘା ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବୀରମିତ୍ରପୁର, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି, ସୁନ୍ଦରଗଡ ନିର୍ବାଚନମଣ୍ଡଳୀର ବିଲେଇମୁଣ୍ଡାଠାରେ ପ୍ରଚାର କରିବେ।
Trending
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
- ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” : ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପିର ପ୍ରତିକ୍ରିୟା
- ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ,ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
- ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
Prev Post
Next Post