ଘରର ସବୁ ଖର୍ଚ୍ଚ ନିୟନ୍ତ୍ରଣକରି ଆର୍ଥିକ ବୋଝ କମ୍ କରିବା ପାଇଁ ଚେଷ୍ଟା କରିଥାନ୍ତି ଗୃହିଣୀ। ଏମିତିକି ଖର୍ଚ୍ଚକାଟ କରି କିଛି ଅର୍ଥ ସଞ୍ଚୟ କରିବା ମଧ୍ୟ ଜଣେ ସୁଗୃହିଣୀଙ୍କର ଲକ୍ଷଣ ବୋଲି କୁହାଯାଏ। ଏସବୁ ଭିତରେ ଅନେକ ସମୟରେ ସ୍ବାମୀଙ୍କର ଅନାବଶ୍ୟକ ଶପିଂ, ଅଯଥା ଖର୍ଚ୍ଚ କରିବା ସ୍ବଭାବ ଚିନ୍ତାରେ ପକାଇଥାଏ। ଖର୍ଚ୍ଚକୁ ନିୟନ୍ତ୍ରଣ ନ କଲେ ପୂରା ପରିବାର ସମସ୍ୟା ଘେରକୁ ଆସିଯିବ। ତେଣୁ ଠିକ୍ ସମୟରେ ସବୁକିଛି ସଜାଡ଼ି ନେବାକୁ ସଚେତନ ରହିଥାନ୍ତି ଗୃହିଣୀ। ଏହି ଦୃଷ୍ଟିରୁ ସ୍ବାମୀଙ୍କର ଖର୍ଚ୍ଚ ଉପରେ ବି ଅଙ୍କୁଶ ଲଗାଇବାକୁ ଭୁଲନ୍ତି ନାହିଁ। ହେଲେ ଏସବୁ ଶାନ୍ତ ମନରେ ଭାବିଚିନ୍ତି କରିବାକୁ ପଡ଼ିବ। ନଚେତ୍ ଘରର ବଜେଟ ଓଲଟପାଲଟ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେବ। ତେଣୁ ଏଭଳି ପରିସ୍ଥିତିରେ କ’ଣ ସବୁ କରିବେ ଜାଣିରଖନ୍ତୁ।
ସବୁବେଳେ
କୁହନ୍ତୁ ନାହିଁ: ସୁଯୋଗ ଦେଖି ସ୍ବାମୀଙ୍କୁ ଖର୍ଚ୍ଚ କମ୍ କରିବା ପାଇଁ ପରାମର୍ଶ ଦିଅନ୍ତୁ। କିନ୍ତୁ ବାରମ୍ବାର ତାଙ୍କୁ ଏପରି କଥା କୁହନ୍ତୁ ନାହିଁ। ଏପରି କରିବା ଫଳରେ ତାଙ୍କୁ ହୁଏତ ଭଲ ଲାଗି ନ ପାରେ। ଫଳରେ ସମ୍ପର୍କରେ ହୁଏତ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏସବୁ ବିଷୟରେ କହିବା ପାଇଁ ଉଚିତ ସମୟ ସ୍ଥିର କରନ୍ତୁ। ଯେତେବେଳେ ତାଙ୍କ ମନ ଭଲ ଥିବ ଏବଂ ଅନ୍ୟ କେହି ଉପସ୍ଥିତ ନ ଥିବେ ସେସମୟରେ ତାଙ୍କୁ ଘରର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ନେଇ ପରାମର୍ଶ ଦେଇପାରିବେ।
ବେଳେବେଳେ
ସମର୍ଥନ: ଖର୍ଚ୍ଚ ବିଷୟରେ କିଛି କଥାବାର୍ତ୍ତା କରିବା ପୂର୍ବରୁ ପ୍ରଥମେ ଘରର ଆର୍ଥିକ ଅବସ୍ଥା ନେଇ ବିଚାରବିମର୍ଶ କରନ୍ତୁ। ପରିବାରର କେଉଁ ସବୁ ଆବଶ୍ୟକତା ପାଇଁ ନିହାତି ଖର୍ଚ୍ଚ କରିବାକୁ ହେବ ସେନେଇ ଉଭୟେ ବିଚାର କରନ୍ତୁ। ଏ କ୍ଷେତ୍ରରେ ଉଭୟଙ୍କର ସହମତି ରହିବା ଦରକାର। ପ୍ରଥମେ ଘରର ଆବଶ୍ୟକତା ପୂରଣ ହେବା ପରେ ହିଁ ଅନ୍ୟ ଖର୍ଚ୍ଚ କରିବା ଦରକାର। ତେଣୁ ଏସବୁ ନେଇ ଭଲଭାବେ କଥାବାର୍ତ୍ତା ହେବା ପରେ ଆପଣ ସ୍ବାମୀଙ୍କୁ ତାଙ୍କର ଅନ୍ୟ ଖର୍ଚ୍ଚ ନେଇ କହିପାରିବେ। ତା’ ଛଡ଼ା ସବୁବେଳେ ଯେ ତାଙ୍କର ଖର୍ଚ୍ଚ ଅଯଥା ହୋଇପାରେ ତା’ ନୁହେଁ। ତେଣୁ ବେଳେବେଳେ ତାଙ୍କର ଚିନ୍ତାଧାରାକୁ ସମର୍ଥନ ବି କରିବାକୁ ହେବ।
ଖର୍ଚ୍ଚର କାରଣ
ଜାଣନ୍ତୁ: କେଉଁ କାରଣ ପାଇଁ ସ୍ବାମୀ ଅଧିକ ଖର୍ଚ୍ଚ କରୁଛନ୍ତି ସେକଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯଦି କୌଣସି ମହତ ଉଦ୍ଦେଶ୍ୟ ପାଇଁ ସେ କିଛିଟା ଅଧିକ ଖର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ସମର୍ଥନ କରନ୍ତୁ। ସେଭଳି ସ୍ଥିତିରେ ବରଂ ଘରର ଅନ୍ୟ ଖର୍ଚ୍ଚକୁ କମ୍ କରି ଦିଅନ୍ତୁ। ମାତ୍ର ସ୍ବାମୀଙ୍କୁ ଏ ପରିସ୍ଥିତିରେ ସମର୍ଥନ କରନ୍ତୁ। ଅଯଥାରେ କୌଣସି ଖର୍ଚ୍ଚ କରୁଥିଲେ ତାକୁ କମ୍ କରିବା ପାଇଁ ପରାମର୍ଶ ଦିଅନ୍ତୁ।
ଶପିଂ ବେଳେ
ବୁଝାନ୍ତୁ: ସ୍ବାମୀ ଯଦି କୌଣସି ଅନାବଶ୍ୟକ ଖର୍ଚ୍ଚ କରୁଥିବା ଅନୁଭବ କରୁଛନ୍ତି ତେବେ ସବୁଠୁ ଭଲ ହେବ କି ଶପିଂ କରିବା ସମୟରେ ତାଙ୍କୁ ଠିକ୍ ନିଷ୍ପତ୍ତି ନେବାପାଇଁ ପରାମର୍ଶ ଦେବା। କାରଣ ତରବରିଆଭାବେ ଶପିଂ କରିବା ସମୟରେ ଅଯଥାରେ ଅନେକ କିଛି କିଣା ହୋଇଯାଏ। ତେଣୁ ଘର ପାଇଁ କ’ଣ ସବୁ ଆବଶ୍ୟକ ଅଛି ତା’ର ଏକ ତାଲିକା ତିଆରିକରି ସ୍ବାମୀଙ୍କୁ ଦିଅନ୍ତୁ। ଏହା ସହ ସମୟ ଥିଲେ ନିଜେ ଶପିଂ ପାଇଁ ସାଙ୍ଗରେ ଯାଇ ସବୁ ଜିନିଷକୁ ଭଲଭାବେ ଦେଖି ବିଚାର କରି କିଣିବାରେ ସାହାଯ୍ୟ କରନ୍ତୁ।
Trending
- ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ
- ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ ହେବ
- ବୋମା ମାଡ଼ ଘଟଣା ୩ଅଭିଯୁକ୍ତ ଗିରଫ
- ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ
- ଟାଙ୍ଗୀ ବ୍ଲକ କଂଗ୍ରେସ ର ମହମବତୀ ଶୋଭାଯାତ୍ରା
- ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ
- ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ
- ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି
- ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି
Next Post