ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଲେ ମମତା
ରାଜନୀତିରେ ମାଛ ଉପରେ ହୋଇଥିବା ମହାଭାରତ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରୀ କରିସାରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଇଛନ୍ତି । ବିହାରରେ ତେଜସ୍ୱୀ ଓ ମୁକେଶ ସାହାଣୀଙ୍କ ମାଛ ପ୍ରସଙ୍ଗକୁ ଆଗକୁ ବଢାଇ ମମତା ପଶ୍ଚିମବଙ୍ଗର ନିବାଚନୀ ମେନ୍ୟୁ ସେଟ୍ କରି ଦେଇଛନ୍ତି । ସୋମବାର ସେ ମାଛ ବିବାଦକୁ ପୁଣି ସତେଜ କରି ଦେଇଛନ୍ତି । ମମତା କହିଛନ୍ତି ଯଦି ମୋଦୀ ଚାହିଁବେ ତେବେ ତାଙ୍କ ଲାଗି ମୁଁ ଖାଦ୍ୟ ରାନ୍ଧିବାକୁ ପ୍ରସ୍ତୁତ । କିନ୍ତୁ ସେ ଏହାକୁ ନେଇ ସନ୍ଦୀହାନ ଅଛନ୍ତି କି ମୋଦୀ ତାଙ୍କ ହାତ ତିଆରି ଖାଦ୍ୟ ଖାଇବେ କି ନା ।ତେବେ ମମତାଙ୍କ ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ବୟାନ ପରେ ଆସିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ମାଛ ଖାଇବାକୁ ନେଇ କଟାକ୍ଷ କରିଥିଲେ । ମମତା କହିଛନ୍ତି ମୁଁ ପିଲାଦିନୁ ଖାଦ୍ୟ ରାନ୍ଧି ଆସୁଛି । ଲୋକମାନେ ବି ମୋ ହାତ ରନ୍ଧାକୁ ବେଶ୍ ପସନ୍ଦ କରିଥାନ୍ତି । କିନ୍ତୁ ମୋଦୀଜୀ କ’ଣ ମୋ ହାତ ତିଆରି ରାନ୍ଧଣାକୁ ସ୍ୱୀକାର କରିବେ? ସେ କ’ଣ ମୋ ଉପରେ ବିଶ୍ୱାସ କରିବେ । ତାଙ୍କୁ ଯାହା ପସନ୍ଦ ମୁଁ ତାହା ହିଁ ରାନ୍ଧି ଦେବି ବୋଲି ମମତା କହିଛନ୍ତି ।ମମତା ଆହୁରି କହିଛନ୍ତି ମୋତେ ଢୋକଲା ପରି ଶାକାହାରୀ ଭୋଜନ ଓ ମାଛ ତରକାରୀ ପରି ମାଂସାହାରୀ ଭୋଜନ ଉଭୟ ପସନ୍ଦ । ବିଭିନ୍ନ ହିନ୍ଦୁ ସମୁଦାୟରେ ଭିନ୍ନ ଭିନ୍ନ ରୀତି ନୀତି ଓ ଖାଦ୍ୟପେୟର ଅଭ୍ୟାସ ରହିଛି । ବିଜେପିର କ’ଣ ଅଧିକାର ରହିଛି ଯେ ସେ କୌଣସି ବ୍ୟକ୍ତିର ଖାଦ୍ୟପେୟ ଉପରେ ରୋକ ଲଗାଇବ ।