ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍ ଭେନ୍କୁ ଠାବ କରାଯାଇଥାଏ। ଏହି ଭେନ୍ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍ ସାଧାରଣ ଭେନ୍ ଭାବେ ଚର୍ମ ନିକଟରେ ଥାଏ ଅଧିକନ୍ତୁ ବାହ୍ୟ ପାର୍ଶ୍ୱକୁ ରହି ଫୁଲିବା ଦ୍ୱାରା ଭାରିକୋଜ୍ ଆଖ୍ୟା ଦିଆଯାଇଅଛି। ଏପରି ଭେନ୍ଗୁଡ଼ିକ ମୋଟା ଏବଂ ପ୍ରସସ୍ଥ ହୋଇ ସାଧାରଣତଃ ଗୋଡ଼, ପୁରୁଷ ଅଣ୍ଡକୋଷ କିମ୍ବା ମଳ ଦ୍ୱାରରେ ଦୃଷ୍ଟିଗୋଚର ହୁଅନ୍ତି। ଭାରିକୋଜ୍ ଭେନ୍ ସମସ୍ତଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇ ନ ଥାଏ, ହେଲେ ମନୁଷ୍ୟ ଗୋଡ଼ରେ, ମୁହଁରେ ଏକ ପ୍ରକାର ବୁଢ଼ିଆଣୀ ଜାଲ କିମ୍ବା ଦଉଡ଼ି ଗୁଚ୍ଛ ସଦୃଶ ଆକାର ନେଇ ବେଳେବେଳେ ଅବିରତ ଯନ୍ତ୍ରଣା ସହିତ ବେଆରମ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରନ୍ତି।
ସରଳ ଭାବେ ବୁଝିବାକୁ ହେଲେ ମନୁଷ୍ୟ ଶରୀରରେ ଆଟେରି(ଧମନୀ) ଓ ଭେନ୍(ଶିରା) ରକ୍ତ ସଞ୍ଚାଳନ କରିଥାନ୍ତି। ଧମନୀ ବିଶୁଦ୍ଧ ରକ୍ତ ହୃତ୍ପିଣ୍ଡରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ବହନ କରିବା ଦାୟିତ୍ୱ ନେଇଥିବା ବେଳେ ଭେନ୍ ଦ୍ୱାରା ଦୂଷିତ ରକ୍ତ ଭିନ୍ନ ଭିନ୍ନ ସ୍ଥାନରୁ ହୃତ୍ପିଣ୍ଡକୁ ପୁନଃ ପ୍ରକ୍ରିୟାକରଣ ଉଦ୍ଦେଶ୍ୟରେ ଫେରାଇ ଆଣିଥାନ୍ତି। କିନ୍ତୁ ଗୋଡ଼ରେ ଥିବା ଭେନ୍ଗୁଡ଼ିକ ରକ୍ତ ଫେରାଇ ଆଣିବା ସମୟରେ ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ କାମ କରିଥାନ୍ତି, ଯଦ୍ଦ୍ବାରା ସର୍ବଦା ଚାପଗ୍ରସ୍ତ ରହିଥାନ୍ତି। ରକ୍ତ ଊର୍ଦ୍ଧ୍ୱଗାମୀ ହେବା ବେଳେ ତଳ ଗୋଡ଼ର ମାଂସପେଶୀଗୁଡ଼ିକ ନିଜକୁ ଅଧିକ ଶକ୍ତ ଓ ଦୃଢ଼ କରି ଚିପି ଧରନ୍ତି, ଯାହା ଭେନ୍ଗୁଡ଼ିକ ପାଇଁ ପମ୍ପ ଭାବେ କାମକରେ ଏବଂ ରକ୍ତ ଚାପଗ୍ରସ୍ତ ଅବସ୍ଥାରେ ହୃତ୍ପିଣ୍ଡକୁ ଅଗ୍ରସର ହେବାକୁ ଲାଗେ। ଏ ପ୍ରକ୍ରିୟାରେ ଭେନ୍ ପ୍ରାଚୀର ଓ ଭାଲ୍ବର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ରକ୍ତ ଉପରକୁ ଗତି କରିବାକ୍ଷଣି ଭେନ୍ରେ ଥିବା ଅତି କ୍ଷୁଦ୍ର ଭାଲ୍ବ ସମୂହ ଖୋଲିବାକୁ ଲାଗିଥାନ୍ତି। ରକ୍ତ ପ୍ରବାହିତ ହୋଇ ସାରିବାକ୍ଷଣି ଏହା ସ୍ବୟଂକ୍ରିୟ ଭାବେ ତୁରନ୍ତ ବନ୍ଦ ହୋଇଯାଏ। ଏପରି ନିୟୋଜିତ ଭାଲ୍ବ ଠିକ କାର୍ଯ୍ୟ ସମ୍ପାଦନା ଦ୍ୱାରା ରକ୍ତ କଣିକା ପୁନଃ ତଳକୁ ଖସିବାକୁ ସାମର୍ଥ୍ୟ ହୋଇପାରନ୍ତି ନାହିଁ, ଫଳରେ ରକ୍ତ କ୍ରମେ ଅଗ୍ରସର ହୋଇ ହୃତ୍ପିଣ୍ଡକୁ ଅନାୟାସରେ ପହଞ୍ଚତ୍ୟାଏ। କିନ୍ତୁ, ଏହି ସମୟରେ ଯଦି ଭାଲ୍ବଗୁଡ଼ିକର ଅବସ୍ଥା ଦୁର୍ବଳ କିମ୍ବା କ୍ଷତିଗ୍ରସ୍ତ ଥାଏ, ତେବେ ରକ୍ତ ଉପରକୁ ନ ଯାଇ ତଳକୁ ଖସି ଗୋଡ଼ରେ ଥିବା ଭେନ୍ମାନଙ୍କରେ ଗଚ୍ଛିତ ହୋଇଥାଆନ୍ତି। ଏହା ଦ୍ୱାରା ଗୋଡ଼ରେ ଥିବା ଭେନ୍ଗୁଡ଼ିକ ଫୁଲି, ବିସ୍ତାରିତ ଓ କୁଞ୍ଚ କୁଞ୍ଚ ହେବାରେ ଲାଗନ୍ତି ଏବଂ ଭାରିକୋଜ୍ ଭେନ୍ ଉତ୍ପତ୍ତି ହେବା ସହ ନାନାଦି ଶାରୀରିକ ସମସ୍ୟା ସୃଷ୍ଟି କରାନ୍ତି।
ପାରିବାରିକ ଇତିହାସ ଏବଂ ମେଦ ବହୁଳତା ହେବା ଏହାର ଦୁଇ ପ୍ରମୁଖ କାରଣ ହୋଇପାରେ। ଅଧିକ ମୋଟା ହେବା ଦ୍ୱାରା ଭେନ୍ଗୁଡ଼ିକ ଅଧିକ ଚାପପ୍ରସ୍ତ ହୋଇ ସମସ୍ୟା ସୃଷ୍ଟି କରନ୍ତି। ମହିଳାମାନେ ଅଧିକ ଏପରି ସମସ୍ୟାରେ ଘାଣ୍ଟି ହୁଅନ୍ତି। ଅଧିକ ସମୟ ଛିଡ଼ାହେବା କିମ୍ବା ବସି ରହି କୌଣସି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Prev Post
Next Post