ୟୁପିଆଇ ଟ୍ରାଞ୍ଜାକ୍ସନକୁ ସହଜ କରିବ ୟୁପିଆଇ ୱାଲେଟର

ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି ସେବାମାନ ଦେଇଥାଏ । ଏହି ସମୟରେ ଆପଣ ପେଟିଏମ ୟୁପିଆଇ ୱାଲେଟର ବ୍ୟବହାର କରିପାରିବେ । ଏହାରି ମାଧ୍ୟମରେ ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଖୁବଶିଘ୍ର ଏବଂ ସହଜରେ ପୂରା କରିପାରିବେ ।ପେଟିଏମର ସଞ୍ଚାଳନ କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେସନ ଲିମିଟେଡ ସୋମବାର ଦିନ କହିଛି ଯେ, ସେ ବର୍ତ୍ତମାନ ସେହି ୟୁଜର୍ସଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ୟୁପିଆଇ ଲାଇଟ ୱାଲେଟ ଉପରେ ଫୋକସ କରୁଛି, ଯେଉଁମାନେ ପ୍ରତିଦିନ ପେମେଣ୍ଟ ପାଇଂ କମ ମୂଲ୍ୟରେ ୱାଲେଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି ।ପେଟିଏମ ୟୁପିଆଇ ଲାଇଟ ଏକ ଅନ-ଡିଭାଇସ ୱାଲେଟ ଭାବେ କାର୍ଯ୍ୟ କରୁଛି, ଯାହା ୟୁଜର୍ସଙ୍କୁ ଫଣ୍ଡଗ୍ଧୋର କରିବା ଏବଂ ପେମେଣ୍ଟ କରିବାର ଅନୁମତି ଦେଇଥାଏ । ଏହା ଶିଘ୍ର ପେମେଣ୍ଟର ସୁବିଧା ପ୍ରଦାନ କରିଥାଏ । ଏଥିରେ କୌଣସି ପିନର ଆବଶ୍ୟକତା ପଡେ ନାହିଁ ଏବଂ ଏହା କେବେ ହେଲେ ଫେଲ ହୋଇ ନଥାଏ ।