ହାପି ମୋମେଣ୍ଟସ ତରଫରୁ ମାତୃ ଦିବସ ପାଳନ
ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ମାତୃ ଦିବସ ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ କମଲ ଅଗ୍ରୱାଲ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅନିତା ଅଗ୍ରୱାଲ, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃ ଦିବସ ପାଳନର ଆବଶ୍ୟକତା, ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବାଳିକା ଓ ମା ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ,ଏକକ ଅଭିନୟ ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ସର୍ବଶ୍ରୀ ବିଜୟ ନାୟକ, ବର୍ଷାରାଣୀ ପଣ୍ଡା, ରାହୁଲ ସୁନା, କଲ୍ୟାଣୀ ଦାସ ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ୧୦ଜଣ ମା ସସ୍ମିତା ସାହୁ,ତରୁଲତା ସାମଲ, ଅନିତା ଅଗ୍ରୱାଲ,ଝୁନୁ ନାୟକ,ସବିତା ପାଣିଗ୍ରାହୀ, ଅନୁସୂୟା ମହାପାତ୍ର, ପୁଷ୍ପଲତା ମିଶ୍ର, ରୀନା ବାସା,ସ୍ନେହାଞ୍ଜଳୀ ପଣ୍ଡା, ଅଗ୍ନିଶିଖା ରାୟ ଙ୍କୁ ରାଜଲକ୍ଷ୍ମୀ ମାତୃଶକ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ଅନ୍ୟତମ ମୁଖ୍ୟ ରଶ୍ମିତା ପଣ୍ଡା, ସହଯୋଗୀ ସର୍ବଶ୍ରୀ ଦିବାକର ଦାସ, ସସ୍ମିତା ପ୍ରଧାନ, ଗୈାରୀ କୁମ୍ଭାର, ରଞ୍ଜନ ସାହୁ,ନିତାଞ୍ଜଳୀ ପରିଡ଼ା, ସୁନ୍ଦର ସାହୁ,ଶେଷିଲିନା ବିଶ୍ବାଳ, ଲିତାଞ୍ଜଳୀ ପତି, ରେଖା ଗୁପ୍ତା,ସଲିତ ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।