ମାଇକ୍ରୋସଫ୍ଟକୁ ବଡ଼ ଝଟକା
ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କୋର୍ଟାନା ପେଟେଣ୍ଟ ମାମଲାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଲାୱେର୍ ଫେଡେରାଲ୍ କୋର୍ଟର ଖଣ୍ଡପୀଠ ମାଇକ୍ରୋସଫ୍ଟକୁ ଏହାର ଭର୍ଚୁଆଲ୍ ଆସିଷ୍ଟାଣ୍ଟ କୋର୍ଟାନା ବ୍ୟବହାର ଉପରେ ପେଟେଣ୍ଟ ମାଲିକ ଆଇପିଏ ଟେକ୍ନୋଲୋଜିକୁ ୨୪ କୋଟି ଡଲାର୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମାଇକ୍ରୋସଫ୍ଟ ଏହାର ଟେକ୍ନୋଲୋଜି ଚୋରି କରି ଆଇପିଏର ପେଟେଣ୍ଟ ଅଧିକାରକୁ ଉଲ୍ଲଂଘନ କରିଛି। କୋର୍ଟାନା ହେଉଛି ଏକ ଭର୍ଚୁଆଲ୍ ଭଏସ୍ ଆସିଷ୍ଟାଣ୍ଟ। ଏହାକୁ ୨୦୧୪ରେ ମାଇକ୍ରୋସଫ୍ଟ ଏହାର ଉନ୍ମୋଚନ କରିଥିଲା।