ବଲାଙ୍ଗୀରରେ ବିଜେଡି ସରକାରକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବୀନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ରାଜନୀତି ଜୋର ଧରିଛି । ଯେବେ ନବୀନ ବାବୁ ଏଠାକୁ ନିର୍ବାଚନ ପ୍ରଚାରରେ ଆସନ୍ତି, ତାଙ୍କୁ ଭେଟିଲେ ବିନା କାଗଜ ଧରି କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ । ସେ ୧୦ଟି ଗାଁ ର ନାଁ କହିପାରିବେ ନାହିଁ । ସେପଟେ ଜୁନ୍ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଢିବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦୀ କହିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ସେ ବନିବେ, ଯିଏ ଓଡିଶା ମାଟିରେ ଜନ୍ମ ହେଇଛି । ଯିଏ ଏଠାକାର ସଂସ୍କୃତି ସହ ବଞ୍ଚିଛି, ଭଗବାନ ଜଗନ୍ନାଥଙ୍କ ଚରଣରେ ବଡ ହେଇଛି । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆପଣ ୨୫ ବର୍ଷ ଧରି ବିଜେଡିକୁ ଅବସର ଦେଲେ । ବିଜେଡି ନେତାଙ୍କ ଘର ହେଇଗଲା, ଗାଡି ହେଇଗଲା । ହେଲେ ଏହାପରେ ବି, ଏଠାକାର ଲୋକ ଦାଦନ ପାଇଁ ପଳାୟନ ହେବାକୁ ବାଧ୍ୟ ହେଉଛି । ଖାଲି ସେତିକି ନୁହେଁ, ବିଜେଡି ସରକାର ଚାଷୀଙ୍କ ସହ ବଡ ଧୋକା କରିଛି । ଏଠି ଧାନ ଚାଷୀଙ୍କୁ ଏମଏସପି ମିଳୁନି । ଏଠି ଧାନ ମଣ୍ଡିରେ ଘୋଟାଲା ହେଉଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ