ଆଜି ଓଡ଼ିଶାର ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରୁ ବାହାରି ୩ଟି ଜିଲ୍ଲାରେ ଜନସମାବେଶ କରିବା ସହ ବିଜେପି ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗୀରରେ ଆଜି କମ୍ପିବ ପ୍ରଚାର ମଇଦାନ । ସମସ୍ତ ଜିଲ୍ଲାରେ ଜନସମାବେଶ କରି ଜନତା ତଥା ଭୋଟରଙ୍କୁ ସମ୍ବୋଧନ କରିବେ ବିଜେପିର କ୍ୟାପଟେନ୍ । ତେବେ ଗତକାଲି ରୋଡ୍ ସୋ’ ସରିବା ପରେ ଭୁବନେଶ୍ୱରରେ ରହିଛନ୍ତି ମୋଦୀ । ଆଜି ଭୁବନେଶ୍ୱରରୁ ବାହାରି ସିଧା ଫୁଲବାଣୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଏହାପରେ ବଲାଙ୍ଗୀର ଏବଂ ବରଗଡ଼ ଯାତ୍ରା କରିବା ସହ ମାରାଥନ୍ ପ୍ରଚାର କରି ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post