ମହିଳାମାନେ ହେଉଛନ୍ତି ନବୀନ ବାବୁଙ୍କ ସେନାପତି -ଭିକେ ପାଣ୍ଡିଆନଙ୍କ
ଝାରସୁଗୁଡାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର ।। ବିଧାନସଭା ପ୍ରାର୍ଥୀ ଦିପାଳୀ ଦାସ ଓ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ରଙ୍କ ପାଇଁ ମାଗିଲେ ଭୋଟ । ଝାରସୁଗୁଡା ମାଟିରେ ସ୍ୱର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । କହିଲେ ଦିପାଳୀଙ୍କ ବାପା ଏଠି ନାହାନ୍ତି ଆପଣମାନେ ତାଙ୍କୁ ଆଶୀର୍ବାଦ କରିବେ । ନବ ଦାସ ଝାରସୁଗୁଡା ପାଇଁ ବହୁତ କିଛି କରିଛନ୍ତି । ମୁଖ୍ୟମନ୍ତ୍ରୀ ମିଶନଶକ୍ତି ମହିଳାଙ୍କ ପାଇଁ ପେନସନ ସୁବିଧା କରିଛନ୍ତି । ଆପଣମାନେ କହିଥିଲେ ବୟସ ହୋଇଗଲେ ଆପଣମାନେ ଆଉ ଦୌଡାଦୌଡି କରି କାମ କରିପାରିବେନି । ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଲେ । ମହିଳାମାନେ ହେଉଛନ୍ତି ନବୀନ ବାବୁଙ୍କ ସେନାପତି । ସେହିପରି ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଦିପାଳୀ ଦାସ ଭାଷଣ ଦେଇ ବିଜେପିକୁ ଟାର୍ଗେଟ କରିଥିଲେ । କହିଥିଲେ, ଏହା ଫମ୍ପା ଗ୍ୟାରେଣ୍ଟି ନୁହେଁ ଏହା ନବୀନ ଗ୍ୟାରେଣ୍ଟି । ବିରୋଧୀମାନେ ଦିଲ୍ଲୀରୁ ସାଇବେରିଆ ପକ୍ଷୀ ଭଳି ଆସି ଝାରସୁଗୁଡାରେ ବଡ ବଡ କଥା କହୁଛନ୍ତି । କହୁଛନ୍ତି ପରିବର୍ତ୍ତନ ପରିବର୍ତ୍ତ । ୨୦୦୯ରେ ବି ସେହି କଥା, ୨୦୧୪ରେ ବି ସେହିକଥା , ୨୦୧୯ରେ ବି ସେହି କଥା କହିଥିଲେ । ଏବେ ୨୦୨୪ରେ ବି ଆସି ସେହି କଥା କହୁଛନ୍ତି । ସେମାନଙ୍କୁ ଗୋଟେ ପ୍ରଶ୍ନ କୁଆଡେ ଗଲା ଆଚ୍ଛା ଦିନ? କୁଆଡେ ଗଲା କଳାଟଙ୍କା? ଯଦି ଏଇଟା ତୁମ ପରିବର୍ତ୍ତନ ତେବେ ଆମକୁ ତୁମ ପରିବର୍ତ୍ତନ ଦରକାର ନାହିଁ, ଆମେ ନବୀନ ପଟ୍ଟନା ୟକଙ୍କ ପରିବର୍ତ୍ତନରେ ଖୁସି ଅଛୁ । ଆସନ୍ତା ୨୦ ତାରିଖ ଦିନ ଆପଣଙ୍କୁ ଜବାବ ଦେବାକୁ ହେବ ବିକାଶ ମାନେ ନବୀନ ପଟ୍ଟନାୟକ ।