NVS ଅଣ-ଶିକ୍ଷକ ପଦର ଅନଲାଇନ୍ ଆବେଦନ
ଏନଭିଏସ ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ସେହିଦିନ ମେ ୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ଏନଭିଏସ ତରଫରୁ ପୁଣି ଏକ ସୂଚନା ଜାରି କରି ଉକ୍ତ ଅବଧିକ ବୃଦ୍ଧି କରାଯାଇଛି । ଏବେ ଆଶାୟୀମାନେ ମେ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଏହି ନିଯୁକ୍ତିର ଅନ୍ୟ ସମସ୍ତ ତଥ୍ୟ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଅପରିବର୍ତ୍ତିତ ରହିବ । କିଛି ବୈଷୟିକ ତ୍ରୁଟି କାରଣରୁ ପ୍ରାର୍ଥୀମାନେ ଗତ କିଛିଦିନ ଧରି ଆବେଦନ କରିବାରେ ସମସ୍ୟାର ସାମ୍ନା କରୁଥିବାରୁ ଏନଭିଏସ ଏହି ପଦକ୍ଷେପ ଗ୍ରହଣ କରିଛି ।ସୂଚନା ଯୋଗ୍ୟ ଯେ, ମହିଳା ଷ୍ଟାଫ ନର୍ସ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଅଡିଟ ଆସିଷ୍ଟାଣ୍ଟ, ଜୁନିୟର ଟ୍ରାନ୍ସଲେସନ ଅଫିସର, ଲେଗାଲ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, କମ୍ପ୍ୟୁଟର ଅପରେଟର, କ୍ୟାଟେରିଂ ସୁପରଭାଇଜର, ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ (ଏଚକ୍ୟୁ / ଆରଇ କ୍ୟାଡର), ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ (ଜେଏନଭି କ୍ୟାଡର), ଇଲେକ୍ଟ୍ରିସିଆନ-କମ-ପ୍ଲମ୍ବର, ଲାବ ଆଟେଣ୍ଡାଣ୍ଟ, ମେସ ହେଲପର ଓ ମଲ୍ଟି ଟାସକିଂ ଷ୍ଟାଫ (ଏଚକ୍ୟୁ / ଆରଇ କ୍ୟାଡର) ପଦ ମାର୍ଚ୍ଚ ୨୨ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ।