ଟ୍ବିନ୍‌ ସିଟିରେ ବର୍ଷା ସମ୍ଭାବନା

ଆଜି ନୂଆପଡ଼ା ଓ ବଲାଙ୍ଗୀରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହ ୧୭ଟି ସହରରେ ୩୮ ଡିଗ୍ରି ଉପରେ ତାପମାତ୍ରା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ରେକର୍ଡ କରିଛି। ଏହା ଛଡ଼ା ୪ଟି ଜିଲ୍ଲାର ବିଭିନ୍ନ ଜାଗାରେ ବର୍ଷା ହୋଇଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୪୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୧୫ ମିମି, କେନ୍ଦୁଝରରେ ୮.୨ମିମି ଓ ପାରାଦୀପରେ ୦.୫ମିମି ବର୍ଷା ହୋଇଛି। ଆଜି ସକାଳେ ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିରେ ବର୍ଷା ୪.୨ ମିମି ବର୍ଷା ହୋଇଥିବା ବେ‌ଳେ ରାତିରେ ମଧ୍ୟ ବର୍ଷା ହୋଇଛି। କୋରାପୁଟରେ ସକାଳେ ୭.୨ ମିମି, ନୂଆପଡ଼ାରେ ୧୪.୪ ମିମି, ନବରଙ୍ଗପୁରରେ ୧୧.୬ମିମି, ଝାରସୁଗୁଡ଼ାରେ ୨ମିମି, ଗୋପାଳପୁରରେ ୧.୬ ମିମି ବର୍ଷା ରେକର୍ଡ କରାଯାଇଛି।