ମୋଦିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ଆକାଶରୁ ଜଗିବ ଡ୍ରୋନ୍

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୦ ତାରିଖରେ ଭୁବନେଶ୍ବରରେ ରୋଡ ସୋ କରିବେ । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦିଙ୍କ ରୋଡ ସୋ ପାଇଁ ବରିଷ୍ଠ ଅଧିକାରୀମାନେ ଡ୍ରାେନ ସୁରକ୍ଷା କୁ ଅଧିକ ଗୁରୁତ୍ବ ଦେଇଛନ୍ତି ।  ଭୁବନେଶ୍ୱର ଏୟାରପୋର୍ଟରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ, ରାମମନ୍ଦିର, ବାଣୀବିହାର ପୁରା ଅଂଚଳ ସୁରକ୍ଷା କଡ଼ାକଡ଼ି କରାଯିବ ।ଏହାକୁ ନେଇ ଭୁବନେଶ୍ବର ଡିସିପି କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ନେଇ ଅନ ଗ୍ରାଉଣ୍ଡ ସୁରକ୍ଷା ଯାଞ୍ଚ ଚାଲିଛି । ଏନେଇ ସମସ୍ତ ଦିଗକୁ ଧ୍ୟାନ ଦିଆଯାଉଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁସାରେ ଯାହା ସମ୍ଭବ ପଦକ୍ଷେପ ନିଆଯାଉଛି । ଯେପରି ସମସ୍ତ ପ୍ରକାର ସୁରକ୍ଷା ଦିଗକୁ ନେଇ ଧ୍ୟାନ ଦିଆଯିବ ସେନେଇ ପ୍ରସ୍ତୁତି ଚାଲିଛି । ଏନେଇ ରାସ୍ତା କଡରେ ଥିବା ସିସିଟିଭି ସହ ବିଲଡିଂରେ ପୋଲିସ ଡିପ୍ଲୋୟମେଣ୍ଟ ସହ ଉଚ୍ଚ କୋଠା ଉପରେ ପୋଲିସ ସ୍ନାଇପର ଓ ନୋ ଫ୍ଲାଇଙ୍ଗ ଜୋନ ଭାବେ କୌଣସି ଉଡାଣ କରାଯିବ ନାହିଁ । ଏନେଇ ବିଭିନ୍ନ ଦିଗକୁ ନେଇ ସୁରକ୍ଷା ପ୍ରସ୍ତୁତି କଡାକଡି କରାଯାଇଛି ।”

ପୂରା ଅଞ୍ଚଳକୁ ବ୍ଲାକ୍ କାଟାଗୋରୀ ଜୋନରେ ରଖାଯିବ । ଓଡ଼ିଶାରେ ପହଞ୍ଚି ସୁରକ୍ଷାର ଯାଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସପିଜି । ଆସନ୍ତା ୧୦ ତାରିଖରେ ଭୁବନେଶ୍ବରରେ ରୋଡ଼ ସୋ କରିବା ସହିତ ପ୍ରଚାର ଜରିଆରେ ଶକ୍ତି ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଓଡ଼ିଶା ଗସ୍ତ ଏବଂ ରୋଡ଼ ସୋ ନେଇ କମିଶନରେଟ୍ ପୋଲିସ ଓ SPG ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି ।ରାସ୍ତାର ଉଭୟ ପାର୍ଶ୍ବ ସହ ଷ୍ଟ୍ରିଟ ଲାଇଟର ସଠିକ ମରାମତି ପାଇଁ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ଟିମ୍ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ ରାସ୍ତାର ଉଭୟ ପାର୍ଶ୍ବର ସୁରକ୍ଷା ସମ୍ପର୍କିତ ଦିଗକୁ ସମସ୍ତଙ୍କ ଉପସ୍ଥିତିରେ ତର୍ଜମା କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ କରାଯାଇଥିବା ଏହି ବୈଠକରେ ଟ୍ରାଫିକ ଓ୍ବିଙ୍ଗ, ସିକୁରିଟି ଓ୍ବିଙ୍ଗ୍, ଇଣ୍ଟେଲିଜେନ୍ସ ଓ୍ବିଙ୍ଗ ଓ କାରକେଡ ଓ ବାଟାଲିୟନର ଅଫିସର ଉପସ୍ଥିତ ରହି ସୁରକ୍ଷା ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି । ବିଶେଷ କରି ରାସ୍ତା କଡରେ ଥିବା ଝାମ୍ପୁଲା ବା ବଡ଼ ଗଛକୁ ଭଲ ଭାବେ ପୋଲିସ ପକ୍ଷରୁ ଚେକ୍ କରାଯାଇ ତା ଉପରେ ନଜର ରଖାଯିବ । ସେହିପରି ବଡବଡ ବିଲଡିଂରେ ଜଣେ ଜଣେ ପୋଲିସ ଗାର୍ଡ ରହିବେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା SPG ଟିମ୍ ରୋଡ଼ ସୋ ହେବାକୁ ଥିବା ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛି । ରାମ ମନ୍ଦିର ସାମ୍ନାରେ କମିସନରେଟ ପୋଲିସ, ପରିବହନ ଅଧିକାରୀ, ଆର ଆଣ୍ଡ ବି, ବିଏମସି ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରାଯାଇଛି । ତେବେ ଏହି ରୋଡ଼ ସୋ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବାକୁ ଯାଉଛି । ସେଥିପାଇଁ ରାସ୍ତାର ଉଭୟ ପାର୍ଶ୍ଵକୁ ଭଲ ଭାବେ ବ୍ୟାରିକେଡ଼ କରାଯିବ । ଏନେଇ ରାସ୍ତାର କଡ଼ରେ ଥିବା ସମସ୍ତ ଗଛ, ବିଲଡିଂ ଓ ମାର୍କେଟକୁ ଭଲ ଭାବେ ସୁରକ୍ଷା ଘେରକୁ ନେବ ପୋଲିସ ।