ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ ତାର ଷ୍ଟାର କ୍ୟାମ୍ପେନର୍ଙ୍କ ସହ ପ୍ରଚାର ଜୋରଦାର କରିଛି। ବିଜେଡିର ପ୍ରଚାର ମଙ୍ଗ ଏଥର ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଧରିଛନ୍ତି। ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଟୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରୁଛନ୍ତି। ବୁଧବାର ଭୋରୁ ପାଣ୍ଡିଆନ ଏକ ପ୍ରେମିଟ୍ ଡକାଇଛନ୍ତି। ଏଥିରେ ସେ ଖବରଦାତାଙ୍କ ଅନେକ ପ୍ରଶ୍ନର ଜବାବ ରଖିଛନ୍ତି।ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି ଓଡ଼ିଶାବାସୀ କ’ଣ ଚାହୁଁଛନ୍ତି। ସେହି ହିସାବରେ ସେ କାର୍ଯ୍ୟ କରନ୍ତି। ୨୦୧୯ରେ କେନ୍ଦ୍ରପଡରେ ବ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବିଜେଡି ଏଥର ସରକାର ଗଢିବନି। କିନ୍ତୁ ବିଜେଡି ବିପୁଳ ଭାବରେ ଜିତିଥିଲା। ଏଥର ମଧ୍ୟ ତାହା ହିଁ ଘଟିବ। ୨୦୧୯ରେ ୮ଜଣ ଭାଜପା ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଭାଜପା ଏମ୍ପି ଥରେ ବି ରାଜ୍ୟ ସ୍ବାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହବ ଓ ସ୍ବାର୍ଥ ପାଇଁ ଲଢିବା ଏବଂ ବିଜେଡିର ଏମ୍ପି ରାଜ୍ୟ ସ୍ବାର୍ଥ ପାଇଁ ହିଁ କାମ କରୁଛନ୍ତି । ଭାଜପା ପାଖରେ ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବା ଅସ୍ମିତା କଥା ଉଠାଉଛି।
ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ଭାଜପା ସରକାରକୁ ଆସିବା ପାଇଁ ମାନିଫେଷ୍ଟୋ ଆଣିଛି । ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post