୪୨° ଉପରେ ୧୫ ସହର

ଆଜି ବି ୧୫ ସହରର ତାପମାତ୍ରା ୪୨° ଉପରେ ରହିଥିବା ବେଳେ ୨୫ ସହରର ତାପମାତ୍ରା ୪୦° ଉପରେ ରହିଛି। ବୌଦ୍ଧ ଓ ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪° ରେକର୍ଡ କରାଯାଇଛି। ଆସନ୍ତା ୬ରୁ ୯ ତାରିଖ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍‌ ରହିବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। କାଳବୈଶାଖୀ ସହ ପାଗ ମେଘୁଆ ରହିବା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୩°ରୁ ୫° ପର୍ଯ୍ୟନ୍ତ ତାପମାତ୍ରା କମିବା ଆକଳନ କରାଯାଇଛି। ତେବେ ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।