ତାତିରେ ସାମାନ୍ୟ ବ୍ରେକ୍
ତାତିରେ ସାମାନ୍ୟ ବ୍ରେକ୍ ଲାଗିବ । ୨ ସପ୍ତାହରୁ ଅଧିକ ଗ୍ରୀଷ୍ମର ପ୍ରଭାବରୁ କଲବଲ ହେଉଥିବା ରାଜ୍ୟବସୀଙ୍କୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।ଆଗାମୀ ୩ରୁ୪ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାନାହିଁ । ଦୁଇଦିନ ପରେ ଉପକୂଳରେ ଗ୍ରୀଷ୍ମ ପ୍ରଭାବର ଆଦୌ ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡିଶାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ । ଏହାର ପ୍ରଭାବ ୬ ତାରିଖ ବେଳକୁ କମିବ । ଏହାପରଠାରୁ ଦିନର ତାପମାତ୍ରା ଆହୁରି ୩-୪ ଡିଗ୍ରି ଖସିପାରେ କାରଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶାରେ ପ୍ରବେଶ କରିବା ଦ୍ୱାରା କାଳବୈଶାଖୀ ଜନିତ ବର୍ଷା ହୋଇ ତାପମାତ୍ରା କମିବାର ସମ୍ଭାବନା ରହିଛି । ସେପଟେ ଆଜି ଭୁବନେଶ୍ୱରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି । ବଲାଙ୍ଗିର ୪୫, ଅନୁଗୁଳ ୪୪.୭, ନୂଆପଡା ୪୪.୬, ତାଳଚେର ୪୪.୫, ବାରିପଦା ୪୩.୪, ଭବାନାପାଟଣା ୪୩ ଡିଗ୍ରି ରହିଥିବା ବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବଲାଙ୍ଗିର ରହିଛି