ଗୋଦରେଜ୍ ଗ୍ରୁପ୍ ଦୁଇଫାଳ
୧୨୭ ବର୍ଷ ପୁରୁଣା ଏହି ଗ୍ରୁପ୍ ମଧ୍ୟ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି।ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଗୋଦରେଜ୍ ଗ୍ରୁପ୍ର ପାଞ୍ଚଟି କମ୍ପାନୀ ହେଉଛି ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍, ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦରେଜ୍ ଆଗ୍ରୋଭେଟ୍ ଏବଂ ଆଷ୍ଟେକ୍ ଲାଇଫ ସାଇନ୍ସେସ୍ । ଏହି କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ । ଏହି ଭାଗବଣ୍ଟା ନେଇ ଉଭୟ ପରିବାର ମଧ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।