ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଛି। ଏହି ଅବସରରେ ଋଷିଙ୍କ ସ୍ତ୍ରୀ ତଥା ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ନୀତୁ କପୁର ତାଙ୍କ ସ୍ବାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଅବସରରେ ଋଷିଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ ନିଜ ପିତାଙ୍କୁ ମନେ ପକାଇ ତାଙ୍କ ସ୍ମୃତି ବଖାଣିଛନ୍ତି। କପୁର ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଋଷିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଆମେ ଯାହାକୁ ବେଶି ଭଲପାଉ, ସେମାନେ କେବେବି ଦୂରକୁ ଯାଆନ୍ତି ନାହିଁ, ସବୁବେଳେ ସେମାନେ ଆମ ସହ ରୁହନ୍ତି। ଏହିପରି ଭାବରେ ରିଦ୍ଧିମା ନିଜ ପିତାଙ୍କୁ ମନେ ପକାଇଛନ୍ତି। ସେହିପରି ସ୍ବାମୀ ଋଷିଙ୍କୁ ମନେ ପକାଇ ତାଙ୍କ ସହ ଥିବା ଏକ ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଅଭିନେତ୍ରୀ ନିତୁ କପୁର ଶେୟାର କରିଛନ୍ତି। ସେ ଏହି ଷ୍ଟୋରିର କ୍ୟାପସନରେ ଲେଖିଛନ୍ତି, ବହୁତ ସୁନ୍ଦର ସ୍ମୃତି ଦେବା ପାଇଁ ଧନ୍ୟବାଦ। ୪ ବର୍ଷ ଧରି ତୁମ ସ୍ମୃତିରେ ଆମେ ବଞ୍ଚି ରହିଛୁ। ଅଭିନେତା ଋଷି କପୁରଙ୍କୁ ୨୦୧୮ରେ ଲ୍ୟୁକେମିଆ ନାମକ କର୍କଟ ରୋଗ ହୋଇଥିଲା। ଏହି ରୋଗର ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post