ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଛି। ଏହି ଅବସରରେ ଋଷିଙ୍କ ସ୍ତ୍ରୀ ତଥା ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ନୀତୁ କପୁର ତାଙ୍କ ସ୍ବାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଅବସରରେ ଋଷିଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ ନିଜ ପିତାଙ୍କୁ ମନେ ପକାଇ ତାଙ୍କ ସ୍ମୃତି ବଖାଣିଛନ୍ତି। କପୁର ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଋଷିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଆମେ ଯାହାକୁ ବେଶି ଭଲପାଉ, ସେମାନେ କେବେବି ଦୂରକୁ ଯାଆନ୍ତି ନାହିଁ, ସବୁବେଳେ ସେମାନେ ଆମ ସହ ରୁହନ୍ତି। ଏହିପରି ଭାବରେ ରିଦ୍ଧିମା ନିଜ ପିତାଙ୍କୁ ମନେ ପକାଇଛନ୍ତି। ସେହିପରି ସ୍ବାମୀ ଋଷିଙ୍କୁ ମନେ ପକାଇ ତାଙ୍କ ସହ ଥିବା ଏକ ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଅଭିନେତ୍ରୀ ନିତୁ କପୁର ଶେୟାର କରିଛନ୍ତି। ସେ ଏହି ଷ୍ଟୋରିର କ୍ୟାପସନରେ ଲେଖିଛନ୍ତି, ବହୁତ ସୁନ୍ଦର ସ୍ମୃତି ଦେବା ପାଇଁ ଧନ୍ୟବାଦ। ୪ ବର୍ଷ ଧରି ତୁମ ସ୍ମୃତିରେ ଆମେ ବଞ୍ଚି ରହିଛୁ। ଅଭିନେତା ଋଷି କପୁରଙ୍କୁ ୨୦୧୮ରେ ଲ୍ୟୁକେମିଆ ନାମକ କର୍କଟ ରୋଗ ହୋଇଥିଲା। ଏହି ରୋଗର ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post