ହ୍ୱାଟ୍ସଆପରେ ମେଟା ଏଆଇର ବ୍ୟବହାର କରିବାର ପୁରା ପ୍ରୋସେସ ଜାଣନ୍ତୁ!
ହ୍ୱାଟ୍ସଆପର ପ୍ୟାରେଣ୍ଟ କମ୍ପାନୀ ମେଟା ଏଆଇର ଅନେକ ଅପସନ ପ୍ରସ୍ତୁତ କରିଛିି । ଏହି ଟେକ୍ନୋଲୋଜୀ ଉପଲବ୍ଧ ମଧ୍ୟ କରୁଛି । ଏହାରି ସାହାଯ୍ୟରେ ଆପଣ ଏଅଇ ବ୍ୟବହାର କରିପାରିବେ ଯେତେବେଳେ କି ହ୍ୱାଟ୍ସଆପ, ଏଆଇର ଇନଷ୍ଟାଗ୍ରାମ ଏବଂ ଏହାକୁ ଆପରେ ବ୍ୟବହାର କରିବା ଲାଗି ସୁବିଧା ଦେଇଥାଏ । ହ୍ୱାଟ୍ସଆପର ଏହି ଫିଚର ଲୋକଙ୍କୁ ଦୁନିଆ ସହ ଯୋଡିବାକୁ ସକ୍ଷମ ହେବ । ଏହି ସାହାଯ୍ୟରେ ଆପଣ କଠିନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବେ । ଏହି ଫିଚର କେବଳ କିଛି ଦେଶରେ ଉପଲବ୍ଧ ଅଛି ଏବଂ ଏହା ମଧ୍ୟ ହୋଇପାରେ ଯେ ଅପଣଙ୍କ ଫୋନରେ ବର୍ତ୍ତମାନ ଉପଲବ୍ଧ ହେବନି ।ଯେତେବେଳେ ଆପଣ ସର୍ଚ୍ଚ ବାରରେ ଟାଇପ କରୁଛନ୍ତି ସେତେବେଳେ ଚାଟରେ ତା’ର ଫଳାଫଳ ଦେଖିବାକୁ ମିଳିବ, ଯାହା ଆପଣ ମେଟା ଏଆଇକୁ ପଚାରିପାରିବେ । ମେଟା ଏଆଇ ସେପର୍ଯ୍ୟନ୍ତ ଆପଣଙ୍କ ସେହି ମେସେଜ ସହ କନେକ୍ଟ କରିପାରିବନି, ଯେତେବେଳ ପର୍ଯ୍ୟନ୍ତ ଆପଣ ତାକୁ କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ । ଆପଣ ହ୍ୱାଟ୍ସଆପରେ ସର୍ଚ୍ଚ ଫିଚରର ବ୍ୟବହାର କରିବା ଜାରି ରଖିପାରିବେ ଏବଂ ସର୍ଚ୍ଚ ବାରକୁ ଯାଇ ପୂର୍ବ ପରି ଚାଟ, ମେସେଜ, ଫଟୋ, ଭିଡିଓ, ଲିଙ୍କ, ଜିଆଇଏଫ, ଅଡିଓ, ପୋଲ ଏବଂ ଡକ୍ୟୁମେଣ୍ଟସ ସର୍ଚ୍ଚ କରିପାରିବେ । ଏଥିରେ ଆପଣଙ୍କ ପର୍ସନାଲ ଚାଟକୁ କୌଣସି କ୍ଷତି ପହଁଚିବ ନାହିଁ ।