ସେୟାର ବଜାର ୪ କୋଟି ବୃଦ୍ଧି

ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି। ଏଥିରେ ୧.୨୮ କୋଟି ନିବେଶକ (୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ଆସିଛନ୍ତି। ଆର୍ଥିକ ରୂପେ ପଛୁଆ ବା ‘ବିମାରୁ’ ରାଜ୍ୟ ଭାବେ ଏମାନେ ଜଣାଶୁଣା। ଅନ୍ୟପକ୍ଷରେ ଉନ୍ନତ ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନାରେ କେବଳ ୫୨.୧୦ ଲକ୍ଷ (୧୨.୯୨%) ନୂଆ ନିବେଶକ ଯୋଡ଼ି ହୋଇଛନ୍ତି।