ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ରାଜ୍ୟ ବିଜେପି ୟୁନିଟକୁ ଦୃଢ଼ କରିବା ପାଇଁ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ ଏବଂ ବଲ୍ଲାରୀରେ ୪ଟି ରାଲିକୁ ସମ୍ବୋଧିତ କରିବେ । ଏହା ସହ ବିଜେପିର ପ୍ରଚାର କରିବେ ।ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ କୁଣ୍ଡନଗରୀ ବେଲଗାଓଁ ପହଁଚିଥିଲେ । ସେଠାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ପ୍ରଥମେ ମୋଦୀ ବେଲଗାୱି ପହଞ୍ଚି ଏକ ସାର୍ବଜନିକ ବୈଠକକୁ ସମ୍ବୋଧିତ କରିବେ । ଏହା ପରେ ଉତ୍ତର କନ୍ନଡ଼ର ସିରସି ଏବଂ ଦାୱଣଗେରେ ଏକ ବୈଠକରେ ଯୋଗ ଦେବେ । ଏହା ସହ ଦାୱଣଗେରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବେ । ଶେଷରେ ବେଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କରିବେ କରିବେ । କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ସମୟରେ ସବୁବେଳେ ବିଜେପିର ଦମଦାର ପ୍ରଦର୍ଶନ ଜାରି ରହିଆସିଛି । ଏହା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ବିଜେପିର ମୂଳ ଦୃଢ଼ ରହିଛି । ୨୦୧୯ ନିର୍ବାଚନ ସମୟରେ ରାଜ୍ୟରେ ଦଳ ମୋଟ୍ ୨୮ରୁ ୨୫ଟି ଆସନରେ ବିଜୟ ଲାଭ କରିଥିଲା । ଅପରପକ୍ଷରେ କଂଗ୍ରେସ ଗୋଟିଏ ଆସନ ହାତେଇଥିଲା । କହିରଖୁଛୁ ଏପ୍ରିଲ ୨୬ରେ କର୍ଣ୍ଣାଟକରେ ୨୮ରୁ ୧୪ଟି ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post