ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ରାଜ୍ୟ ବିଜେପି ୟୁନିଟକୁ ଦୃଢ଼ କରିବା ପାଇଁ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ ଏବଂ ବଲ୍ଲାରୀରେ ୪ଟି ରାଲିକୁ ସମ୍ବୋଧିତ କରିବେ । ଏହା ସହ ବିଜେପିର ପ୍ରଚାର କରିବେ ।ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ କୁଣ୍ଡନଗରୀ ବେଲଗାଓଁ ପହଁଚିଥିଲେ । ସେଠାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ପ୍ରଥମେ ମୋଦୀ ବେଲଗାୱି ପହଞ୍ଚି ଏକ ସାର୍ବଜନିକ ବୈଠକକୁ ସମ୍ବୋଧିତ କରିବେ । ଏହା ପରେ ଉତ୍ତର କନ୍ନଡ଼ର ସିରସି ଏବଂ ଦାୱଣଗେରେ ଏକ ବୈଠକରେ ଯୋଗ ଦେବେ । ଏହା ସହ ଦାୱଣଗେରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବେ । ଶେଷରେ ବେଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କରିବେ କରିବେ । କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ସମୟରେ ସବୁବେଳେ ବିଜେପିର ଦମଦାର ପ୍ରଦର୍ଶନ ଜାରି ରହିଆସିଛି । ଏହା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ବିଜେପିର ମୂଳ ଦୃଢ଼ ରହିଛି । ୨୦୧୯ ନିର୍ବାଚନ ସମୟରେ ରାଜ୍ୟରେ ଦଳ ମୋଟ୍ ୨୮ରୁ ୨୫ଟି ଆସନରେ ବିଜୟ ଲାଭ କରିଥିଲା । ଅପରପକ୍ଷରେ କଂଗ୍ରେସ ଗୋଟିଏ ଆସନ ହାତେଇଥିଲା । କହିରଖୁଛୁ ଏପ୍ରିଲ ୨୬ରେ କର୍ଣ୍ଣାଟକରେ ୨୮ରୁ ୧୪ଟି ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Trending
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
Prev Post