ଋଷ ଆକ୍ରମଣରେ ଘାଇଲା ୟୁକ୍ରେନ

russia-launching-missiles-strike-on-ukraine

ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨) :

ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ଆକ୍ରମଣରେ ଘାଇଲା ୟୁକ୍ରେନ ସହର । ଘନ ଘନ ମିସାଇଲ ଆକ୍ରମଣ କରୁଛି। ଋଷର ମିସାଇଲ ଆକ୍ରମଣ ଉପରେ କହିଲେ ରାଷ୍ଟ୍ରପତି ଜେଲେନସ୍କି । ଋଷ ୧୧୩ କ୍ରୁଜ୍‌ ମିସାଇଲ କ୍ଷେପଣ କରିଛି । ୫୬ ମିସାଇଲ ୟୁକ୍ରେନକୁ ହିଟ୍‌ କରିଛି । ଖାରକିଭ୍‌ ସହର ଉପରେ ମିସାଇଲ ଆକ୍ରମଣ ହୋଇଛି ।

ଖାରକିଭରେ ନାଗରିକଙ୍କ ମୃତ୍ୟୁ ବଢ଼ିଛି । ଏପଟେ ଶାନ୍ତି ଆଲୋଚନା, ସେପଟେ ଯୁଦ୍ଧ ପାଇଁ ସୈନ୍ୟ ପଠାଉଛି ଋଷ। କିଭ ଆକ୍ରମଣ ପାଇଁ ଋଷର ବଡ଼ ଯୋଜନା । ସାମନାକୁ ଆସିଲା ଋଷର ନୂଆ ଯୋଜନା । ସାଟେଲାଇଟ ଫଟୋରୁ ସାମନାକୁ ଆଣିଲା ଋଷର ନୂଆ ଯୋଜନା । ଏଥିରେ ବହୁ ସଂଖ୍ୟାରେ ମିଲିଟାରୀ ଟ୍ୟାଙ୍କ, ଯୁଦ୍ଧ କମାଣ ଓ ବିପୁଳ ଗୋଳାବାରୁଦ ରହିଛି । ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା କରୁଛି ଋଷ । ସେପଟେ କିଭକୁ ପୁଣି ସୈନ୍ୟ ପଠାଉଛି ।