୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ ୫ ବର୍ଷ ବିଜେପିକୁ ଦିଅନ୍ତୁ -ଅମିତ ଶାହା
ସୋନପୁର ସଂକଳ୍ପ ସମାବେଶରୁ ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଲେ ଅମିତ ଶାହା । ବିଜେଡି ସରକାରଙ୍କ ବିଫଳତା କଥା ଉଠାଇ ଜୋରଦାର ବର୍ଷିଲେ ଶାହା । ସୋନପୁର ସଭାରୁ ସାରା ଓଡିଶାବାସୀଙ୍କୁ ୫ ବର୍ଷର ସମୟ ମାଗିଲେ ଶାହା । କହିଲେ ୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ ୫ ବର୍ଷ ବିଜେପିକୁ ଦିଅନ୍ତୁ । ଆମେ ଓଡିଶାକୁ ଦେଶର ନଂ ୱାନ ରାଜ୍ୟ କରିଦେବୁ । ନବୀନଙ୍କ ୨୦ ବର୍ଷ ଲଷ୍ଟ ଇୟର ।ଯେଉଁଠି ଡବଲ ଇଞ୍ଜିନର ସରକାର ଅଛି ସେଠି ବିକାଶ ହୋଇଛି । ସମୟ ଆସିଛି ଓଡିଶାରେ ପରିବର୍ତ୍ତନ ଆଣିବାକୁ । ଦେଶର କମ୍ପାନୀକୁ ଓଡିଶା ଆଣିବାକୁ । ସମୟ ଆସିଛି ସବୁ କ୍ଷେତରେ ଜଳ ପହଞ୍ଚାଇବାର, ସମୟ ଆସିଛି ସବୁ ଚାଷୀ ଓ ଶ୍ରମିକଙ୍କୁ ସଶକ୍ତ କରିବାର । ଯଦି ଏସବୁ କରିବାକୁ ଚାହୁଁଛନ୍ତି ତେବେ ବିଜେପିର ସରକାର ଆଣିବାକୁ ପଡିବ ବୋଲି ଶାହା ଜନତାଙ୍କୁ ନିବେଦନ କରିଛନ୍ତି ।
ଶାହା ପରୋକ୍ଷରେ ନବୀନ ପଟ୍ଟନାୟକ ଓଡିଆ କହିପାରୁ ନଥିବା କଥାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯେଉଁ ସରକାର ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର ଗୌରବ ବୃଦ୍ଧି କରି ନପାରିବ ସେ ସରକାର ଓଡିଶାକୁ ଆଗକୁ ନେଇ ପାରିବ ନାହିଁ । ତେଣୁ ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର ରକ୍ଷା ପାଇଁ ଓଡିଶାବାସୀ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ କରନ୍ତୁ । ସେ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟକୁ ବିକାଶ ଠାରୁ ଦୂରେଇ ରଖିଛି । ରାଜ୍ୟରେ ୨୫ ବର୍ଷ ହେବ ଅଫିସରମାନଙ୍କ ରାଜ୍ ଚାଲିଥିବା ଶାହା ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାର ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଥିବା ଶାହା କହିଛନ୍ତି ।