ପ୍ରବଳ ଗରମ ଗୁଳୁଗୁଳିରୁ ମୁକ୍ତି ପାଇବାକୁ କିଛି ଲୋକ ଏକା ସାଙ୍ଗରେ ଫ୍ୟାନ୍ ଓ ଏସି ଚଲାଇ ଥାଆନ୍ତି । କିନ୍ତୁ କିଛି ଲୋକଙ୍କ ମତରେ ଏସି ଚାଲୁଥିବା ସମୟରେ ସିଲିଂ ଫ୍ୟାନ୍ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ସିଲିଂ ଫ୍ୟାନ୍ ଗରମ ପବନକୁ ତଳକୁ ଠେଲି ଥାଏ ।କିନ୍ତୁ ଯେତେବେଳେ ଏସି ସହିତ ଏକ ସିଲିଂ ଫ୍ୟାନ୍ ବ୍ୟବହୃତ ହୁଏ, ସେତେବେଳେ ଫ୍ୟାନ୍ କେବଳ କୋଠରୀରେ ବାୟୁକୁ ହିଁ ଠେଲିଥାଏ । ଏହାର ଏସି କିମ୍ବା ରୁମ୍ର ତାପମାତ୍ରା ଉପରେ ପ୍ରଭାବ ପକାଇ ନଥାଏ । ଅନେକ ସମୟରେ ଆପଣ ଏସି ଚଲାଇବା ସମୟରେ ଭୁଲ କରିଥାଆନ୍ତି । ଏହି ଭୁଲ ଆପଣଙ୍କ ପାଇଁ ସାମାନ୍ୟ ହୋଇଥାଇପାରେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ଆପଣଙ୍କ ଅଧିକ ବିଦ୍ୟୁତ୍ ବିଲ୍ର କାରଣ ହୋଇଥାଏ ।ଏସି ସହ ସିଲିଂ ଫ୍ୟାନ୍ ଚଲାଇବା ଦ୍ୱାରା ଏହା ରୁମ୍ରେ ଥିବା ଲୋକମାନଙ୍କୁ ଥଣ୍ଡା ଏବଂ ଆରାମ ପ୍ରଦାନ କରିଥାଏ । ଚାଲନ୍ତୁ ଜାଣିବା ସଠିକ କଥା କଣ ? ଅନେକ ଲୋକ ଅଭିଯୋଗ କରନ୍ତି ଯେ ଅଳ୍ପ ସମୟ ପାଇଁ ଏସି ସହ ସିଲିଂ ଫ୍ୟାନ୍ ଚାଲିଲେ ମଧ୍ୟ ବିଦ୍ୟୁତ୍ ବିଲ୍ ବହୁତ ଅଧିକ ଆସୁଛି । ତେଣୁ ସେମାନେ କମ୍ ଏସି ବ୍ୟବହାର କରିଥାଆନ୍ତି ।କିନ୍ତୁ ରୁମ୍ରେ ଥଣ୍ଡା ଯେପରି କମ୍ ନହୁଏ ସେଥିପାଇଁ ସମସ୍ତ ଝରକା ଏବଂ କବାଟକୁ ଯତ୍ନର ସହିତ ଭଲ ଭାବେ ବନ୍ଦ କରନ୍ତୁ । ଯେହେତୁ ବାହାରେ ଏସିର କମ୍ପ୍ରେସର୍ ଥାଏ ଆପଣ ହୁଏତ ଜାଣିପାରିବେ ନାହିଁ ଯେ ଆପଣଙ୍କର ଏସି ବନ୍ଦ ହୋଇନାହିଁ, କିନ୍ତୁ ବିଦ୍ୟୁତ୍ ବ୍ୟବହାର ଜାରି ରଖିଛି । ଏଭଳି ପରିସ୍ଥିତିରେ, ଏସି କମ୍ ବ୍ୟବହୃତ ହେଲେ ବି ବିଦ୍ୟୁତ୍ ବିଲ୍ ଅଧିକ ଆସିବ ବୋଲି ଆପଣ ଭାବୁଥିବେ ।ତେଣୁ ଆପଣ ବି ଯଦି ଏସି ସହିତ ଫ୍ୟାନ୍ ବ୍ୟବହାର କରୁଛନ୍ତି । ତେବେ ଏଥିରେ କୌଣସି କ୍ଷତି ନାହିଁ । ଆପଣଙ୍କୁ ଶୀଘ୍ର ଆରାମ ମିଳିବା ସହ ଆପଣଙ୍କ ବିଦ୍ୟୁତ୍ ଖର୍ଚ୍ଚ ବଞ୍ଚି ପାରିବ ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Next Post