ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ପରିସରରେ ଉଦଯାପିତ ହେଲା ଫୁଡ ଫେଷ୍ଟିଭାଲ

ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରନ୍ଧନ ବିଦ୍ୟା ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ଏକ କଳା ଭାବରେ ଗ୍ରହଣ କରାଯାଇଛି । ସମ୍ପ୍ରତି ବିଶ୍ୱରେ ରନ୍ଧନ କଳାର ରୁଚି ଓ ଆଦର ବଢିଛି । ଏହା ଏକ ଜୀବିକା ଭାବରେ ଆଦୃତ ହୋଇ ପାରିଛି । ଆଜିକାର ଯୁବ ସମାଜ ମଧ୍ୟରେ ଏହି କଳାର ଉନ୍ନତି ଏବଂ ଉଦ୍ୟୋକ୍ତା ହେବା ପାଇଁ ପ୍ରାରମ୍ଭିକ ପ୍ରୟାସ କରିବା ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ଏକ ଖାଦ୍ୟ ମେଳା ବା ( ଫୁଡ ଫେଷ୍ଟିଭାଲ) ର ଆୟୋଜନ କରଥିଲେ । ଉତ୍ସବଟିର ଉଦଘାଟନ ବଲାଙ୍ଗୀର ସ୍ଥିତ (ଷ୍ଟେଟ ଇନ୍ଷ୍ଟି ଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ) ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ ସୁରେଶ କୁମାର ଏକନାଥ କରିଥିଲେ । ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ଅଦ୍ଭୁତପୂର୍ବ ଉପଲବ୍ଧି ସେ ହାସଲ କରିଛନ୍ତି. ବାଉଁଶରୁ ପ୍ରସ୍ତୁତ (କରଡ଼ି ) ରୁ ୧୦୦ ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରି ସେ ଗିନିଜ ୱାର୍ଲଡ ରେକର୍ଡରେ ସେ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ସେ କୋଶଲି କ୍ୟୁଜିନ ନାମକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।