୫ ଲକ୍ଷରୁ ଅଧିକ ନିଯୁକ୍ତି ଦେଇପାରେ ଆପଲ୍‌

ଆଇଫୋନ ନିର୍ମାତା ଆପଲ୍‌ ଆସନ୍ତା ୩ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏହାର ଭେଣ୍ଡରଙ୍କ ଜରିଆରେ ନିଯୁକ୍ତି ଦେଇପାରେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ତେବେ କମ୍ପାନି ଏଭଳି ଆକଳନ ଉପରେ କୌଣସି ମତ ଦେବାକୁ ମନା କରିଛି। ବର୍ତ୍ତମାନ ଭାରତରେ ଆପଲ୍‌ର ଭେଣ୍ଡର୍ ଓ ଯୋଗାଣକାରୀମାନେ ୧.୫ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଆପଲ୍ ପାଇଁ ଦୁଇଟି ପ୍ଲାଣ୍ଟ ଚଳାଉଥିବା ଟାଟା ଇଲେକ୍ଟ୍ରୋନିକ୍ସ ସବୁଠୁ ବଡ଼ ନିଯୁକ୍ତିଦାତା ରହିଛି। ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଭାରତରେ ଆପଲ୍‌ ଏହାର ଉତ୍ପାଦଗୁଡ଼ିକର ଉତ୍ପାଦନ ସଂଖ୍ୟା ୫ ଗୁଣା ବଢ଼ାଇ ୪୦ ବିଲିଅନ (ପ୍ରାୟ ୩.୩୨ ଲକ୍ଷ କୋଟି)ରେ ପହଞ୍ଚାଇବା ଯୋଜନା ରଖିଛି।