ଇତିହାସ ରଚିଲା ପୁଷ୍ପା ୨
ସାଉଥ୍ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିର୍ମାତାମାନେ ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ସମସ୍ତଙ୍କ ସହ ସେୟାର କରିଥିଲେ ।ଟିଜରରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଥିଲେ ଯେ ଏହି ଚଳଚ୍ଚିତ୍ରଟି ବଡ଼ ହିଟ୍ ହେବ । ତେବେ ଫିଲ୍ମର ପ୍ରମୋସନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଏବଂ ସିନେମାଟି ବ୍ୟବସାୟ ଆରମ୍ଭ କରିଛି । ରିଲିଜ୍ ପୂର୍ବରୁ ପୁଷ୍ପା ୨ କୋଟି ଟଙ୍କା ରୋଜଗାର କରିଛି ।୨୦୨୧ ମସିହାରେ, ପୁଷ୍ପା: ଦି ରାଇଜ୍ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ‘ପୁଷ୍ପା ୨: ଦି ରୁଲ୍’ ରିଲିଜ୍ ପୂର୍ବରୁ ମଧ୍ୟ ବ୍ୟବସାୟ ଆରମ୍ଭ କରିଛି । ଏକ ରିପୋର୍ଟ ଅନୁଯାୟୀ, ପ୍ରେକ୍ଷାଳୟରେ ଅଲୁ ଅର୍ଜୁନଙ୍କ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏହାର ରୋଜଗାର ୧୦୦୦ କୋଟି ଟଙ୍କା ଛୁଇଁଛି । ପୁଷ୍ପା ଏକ ବଡ ବ୍ରାଣ୍ଡରେ ପରିଣତ ହୋଇଛି । ଦର୍ଶକମାନେ ଏହି ଚଳଚ୍ଚିତ୍ରର ଅନ୍ୟ ପାର୍ଟସ୍ ପାଇଁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ନିର୍ମାତାମାନେ ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି ।