ଗୁଗୁଲ୍ ପେ ଏବଂ ଫୋନ୍ ପେ’ରେ ଯୋଡି ହୋଇପାରିବେନି ନୂଆ ଗ୍ରାହକ ?
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ନିୟମ କରିଛି ଯେ, କୌଣସି ଥାର୍ଡ ପାର୍ଟି ପେମେଣ୍ଟ ୱାଲେଟର ୟୁପିଆଇ କାରବାରରେକ ୩୦ ପ୍ରତିଶତରୁ ଅଧିକ ଅଂଶ ରହିବ ନାହିଁ । ଯଦି କୌଣସି ପେମେଣ୍ଟ ୱାଲେଟର ଅଂଶ ୩୦ ପ୍ରତିଶତରୁ ଅଧିକ, ତେବେ ଏହାକୁ ହ୍ରାସ କରିବା ପାଇଁ ବ୍ୟବସ୍ଥା କରାଯିବ ।ଏହି ନିୟମ ପ୍ରାରମ୍ଭରେ ଡିସେମ୍ବର ୨୦୨୨ ରୁ କାର୍ଯ୍ୟକାରୀ ହେବାକୁ ସ୍ଥିର ହୋଇଥିଲା, କିନ୍ତୁ ପରେ ଗୁଗୁଲ୍ ପେ ଏବଂ ୱାଲମାର୍ଟର ଫୋନ୍ ପେ ପରି ଥାର୍ଡ-ପାର୍ଟି ଆପ୍ ପ୍ରଦାନକାରୀଙ୍କୁ ଦୁଇ ବର୍ଷର ସମୟ ଦିଆଗଲା, ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ଡିସେମ୍ବର ୨୦୨୪ ରହିଛି । ଏହାର ଅର୍ଥ ହେଉଛି ପେମେଣ୍ଟ ଆପ୍ ଯାହାର ଡିଜିଟାଲ୍ କାରବାରରେ ଅଂଶ ୩୦ ପ୍ରତିଶତରୁ ଅଧିକ, ୧ ଜାନୁଆରୀ ୨୦୨୫ ସୁଦ୍ଧା ଏହାକୁ ହ୍ରାସ କରିବାକୁ ବ୍ୟବସ୍ଥା କରିବାକୁ ପଡିବ ।